ସରକାରଙ୍କ ନିଷ୍ପତ୍ତି, ଆହୁରି ବର୍ଷେ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ: ଗରିବ ଲୋକଙ୍କୁ ଆହୁରି ବର୍ଷେ ପର୍ଯ୍ୟନ୍ତ ମାଗଣା ରାସନ ପ୍ରଦାନ କରିବେ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଦ୍ବାରା ୮୧.୩ କୋଟି ଗରିବ ଲୋକ ଉପକୃତ ହେବେ । କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ସରକାର ଏକ ବର୍ଷ ପାଇଁ ୮୧.୩ କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ବ୍ୟୟ ଭାର କେନ୍ଦ୍ର ସରକାର ବହନ କରିବେ।

ନିକଟରେ ସୁପ୍ରିମକୋର୍ଟ କହିଥିଲେ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ଦିଆଯାଉଥିବା ଖାଦ୍ୟ ଶସ୍ୟ ଯେପରି ସବା ଶେଷ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ତାହା ନିଶ୍ଚିତ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ବ । ଆମେ କହୁ ନାହୁଁ ଯେ କେନ୍ଦ୍ର କିଛି କରୁନାହିଁ ବୋଲି। କିନ୍ତୁ ଖାଲି ପେଟରେ ଯେଭଳି କେହି ନ ଶୁଅନ୍ତୁ | କୋଭିଡ୍ ସମୟରେ ପ୍ରବାସୀ ଶ୍ରମିକ ସମ୍ମୁଖୀନ ହୋଇଥିବା ସମସ୍ୟା ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଏଭଳି ମନ୍ତବ୍ୟ ଦେଇଥିଲେ ।

Comments are closed.