ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ପୂର୍ଣ୍ଣ ବିଶ୍ବାସ ଅଛି: ମମିତାଙ୍କ ବାପା

ବଲାଙ୍ଗୀର: ମମିତା ହତ୍ୟା ଘଟଣାକୁ ନେଇ ବିଜେପି ଏବଂ କଂଗ୍ରେସ ମାସେ ହେଲା ଆନ୍ଦୋଳନକୁ ଓହ୍ଲାଇ ଜୋରଦାର ରାଜନୀତି ଚଲାଇ ଆସିଛନ୍ତି | ହେଲେ ବର୍ତ୍ତମାନ ଏହି ଘଟଣାରେ ମମିତାଙ୍କ ବାପାଙ୍କ ବୟାନ ବିରୋଧୀଙ୍କୁ ବ୍ୟାକଫୁଟରେ ପକାଇ ଦେଲାଣି | ତଦନ୍ତ ପ୍ରକ୍ରିୟାରେ ସନ୍ତୁଷ୍ଟ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉପରେ ପୂର୍ଣ୍ଣ ଆସ୍ଥା ଥିବା ନେଇ ମମିତାଙ୍କ ବାପାଙ୍କ ବୟାନ ବିରୋଧୀଙ୍କୁ ଅଡୁଆରେ ପକାଇ ଦେଇଛି | ଏଥିରୁ ବିରୋଧୀ ଦଳ ଯେଉଁ ଲାଭ ଉଠାଇବ ବୋଲି ଭାବିଥିଲା ତାହା ଘୋର କ୍ଷତିରେ ପକାଇବା ଭଳି ସ୍ଥିତି ସ୍ରୁଷ୍ଟି ହେଲାଣି |

ମମିତା ହତ୍ୟା ଘଟଣାରେ ଦୋଷୀ ବର୍ତମାନ ଜେଲରେ | ତଦନ୍ତ ବର୍ତମାନ ସୁଦ୍ଧା ଜାରି ରହିଛି | ଏଭଳି ସ୍ଥିତିରେ ତଦନ୍ତ ପ୍ରକ୍ରିୟା ଉପରେ ତଥା ମୁଖ୍ୟମନ୍ତ୍ରୀଙ୍କ ଉପରେ ମମିତାଙ୍କ ବାପା ପୂର୍ଣ୍ଣ ଆସ୍ଥା ପ୍ରକଟ କରିସାରିଛନ୍ତି | ଏହାସତ୍ତ୍ବେ ବିରୋଧୀ ହୀନ ସ୍ବାର୍ଥସାଧନ ଉଦ୍ଦେଶ୍ୟରେ ମମିତାଙ୍କ ଶବ ଉପରେ ବି ରାଜନୀତି କରିବାକୁ ପଛାଉନି | ଏଭଳି ଦୁଖଦ ସମୟରେ ରାଜନୀତିକୁ ନେଇ ଖୋଦ ମମିତାଙ୍କ ସଂପର୍କୀୟ ମହଲରୁ ପରୋକ୍ଷରେ ପ୍ରଶ୍ନ ଉଠିଲାଣି | ଫଳରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦେଖି ପ୍ରସଂଗଶୂନ୍ୟ ବିଜେପି ଏହାକୁ ନେଇ ରାଜନୀତି କରିବାକୁ ଯେଉଁ ଗୋଟି ଖେଳିଥିଲା ଏବେ ତାହା ଫେଲ୍ ମାରିଥିବା ଚର୍ଚା ଆରମ୍ଭ ହେଲାଣି |

Comments are closed.