ଜେନେରାଲ୍ ବିପିନ ରାୱତଙ୍କୁ ପଦ୍ମ ବିଭୂଷଣ, ଗୁଲାମ ନବୀ ଆଜାଦଙ୍କୁ ପଦ୍ମ ଭୂଷଣ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ କେନ୍ଦ୍ର ସରକାର ପଦ୍ମ ସମ୍ମାନ ଘୋଷଣା କରିଛନ୍ତି । ଜେନେରାଲ୍ ବିପିନ ରାୱତ ଏବଂ କଲ୍ୟାଣ ସିଂହଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ପ୍ରଦାନ କରାଯିବ। ଗୁଲାମ ନବୀ ଆଜାଦ, ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଏବଂ ପୂର୍ବତନ ସଚିବ ରାଜୀବ ମହର୍ଷିଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯିବ।

ଏହା ସହିତ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା, ଆଲଫାବେଟ୍ ସିଇଓ ସୁନ୍ଦର ପିଚାଇ, ସେରମ୍ ଇନଷ୍ଟିଚ୍ୟୁଟ୍ ମୁଖ୍ୟ ସାଇରସ୍ ପୁନାୱାଲାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରାଯିବ। ଅଲିମ୍ପିଆନ୍ ନୀରଜ ଚୋପ୍ରା, ପ୍ରମୋଦ ଭାଗତ ଏବଂ ବନ୍ଦନା କଟାରିଆ ଏବଂ ଗାୟକ ସୋନୁ ନିଗମଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯିବ।

Comments are closed.