କଂଗ୍ରେସରୁ ଇସ୍ତଫା ଦେଲେ ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଦଳର ସବୁ ପଦରୁ ଇସ୍ତଫା ଦେଇଛନ୍ତି। ସେ କଂଗ୍ରେସର ପ୍ରାଥମିକ ସଦସ୍ୟତା ମଧ୍ୟ ଛାଡିଓଛନ୍ତି। ଆଜାଦ କଂଗ୍ରେସର ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପାଞ୍ଚ ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି। ନିଜ ଇସ୍ତଫା ପତ୍ରରେ ସେ ଦଳର ଦୟନୀୟ ସ୍ଥିତି ପାଇଁ ରାହୁଲ ଗାନ୍ଧୀଙ୍କ ଅପରିପକ୍ଵତାକୁ ଦାୟୀ କରିଛନ୍ତି ।

କଂଗ୍ରେସର ଏକ ବଡ଼ ଚେହେରା ଭାବେ ପରିଚିତ ଗୁଲାମ ନବୀ ଦଳର ଅସନ୍ତୁଷ୍ଟ ଜି-୨୩ ଗୋଷ୍ଠୀର ଅନ୍ୟତମ ସଦସ୍ୟ ଥିଲେ । ନିକଟରେ ତାଙ୍କୁ ଦଳର ଜମ୍ମୁ-କାଶ୍ମୀର ସଞ୍ଚାଳନ କମିଟି ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ହେଲେ ନିଯୁକ୍ତିର ତତକ୍ଷଣାତ୍ ସେ ଏହି ପଦରୁ ଇସ୍ତଫା ଦେଇଥିଲେ। ଆଜାଦ ୨୦୨୦ରେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଦଳର ଆମୂଳଚୁଳ ସାଂଗଠନିକ ପରିବର୍ତ୍ତନ ପାଇଁ ଦାବି କରିଥିଲେ । ଆଜାଦ କେନ୍ଦ୍ରମନ୍ତ୍ରୀ ସହ ବହୁ ଗୁରୁତ୍ବପୂର୍ଣ୍ଣ ପଦ ସମ୍ଭାଳିଛନ୍ତି । ସେ ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ । ଗୁଲାମ ନବୀଙ୍କ ଇସ୍ତଫା ସହ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି ।

Comments are closed.