କର୍ଣ୍ଣାଟକ: ହିଜାବ୍ ପରିହିତା ଛାତ୍ରୀଙ୍କୁ କଲେଜରେ ପ୍ରବେଶ ଅନୁମତି ନ ମିଳିବା ନେଇ ବିବାଦ

ବେଙ୍ଗାଲୁରୁ: କର୍ଣ୍ଣାଟକର ଉଡୁପି ସ୍ଥିତ ସରକାରୀ ପିୟୁ କଲେଜରେ ହିଜାବ୍ ପରିହିତା ଛାତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲଗାଯିବା ନେଇ ବିବାଦ ସୃଷ୍ଟି ହୋଇଛି ।

କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶ ଏହି ପ୍ରସଙ୍ଗରେ କହିଛନ୍ତି ଯେ ଛାତ୍ରୀମାନେ ପୂର୍ବରୁ ହିଜାବ ପିନ୍ଧି ଆସୁନଥିଲେ। କେବଳ ୨୦ ଦିନ ତଳୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ କର୍ଣ୍ଣାଟକର ଉଡୁପିର କୁଣ୍ଡାପୁର ସ୍ଥିତ ଏହି କଲେଜର ଛାତ୍ରୀମାନେ କହିଛନ୍ତି ଯେ ହିଜାବ ସେମାନଙ୍କ ଜୀବନର ଏକ ଅଂଶ। ଆମର ସିନିୟରମାନେ ମଧ୍ୟ ଏହି କଲେଜକୁ ହିଜାବ ପିନ୍ଧି ଆସୁଥିଲେ। ହଠାତ୍ ଏହି ନୂଆ ନିୟମ (ହିଜାବ୍ ନିଷେଧ) କାହିଁକି କରାଯାଇଛି ? ଯଦି ଆମେ ହିଜାବ ପିନ୍ଧୁ ତେବେ ଅସୁବିଧା କଣ? ଏପର୍ଯ୍ୟନ୍ତ ତ କିଛି ଅସୁବିଧା ନଥିଲା… ଏବେ ହିଜାବ୍ ପିନ୍ଧିଲେ ଅଣ ସମସ୍ୟା ବୋଲି ସେମାନେ କହିଛନ୍ତି ।

ହିଜାବ୍ ଉପରେ କଟକଣାକୁ କଲେଜର ବହୁ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି।

Comments are closed.