ଯାତ୍ରୀମାନଙ୍କୁ ଛାଡ଼ି ପଳାଇଥିବାରୁ ‘ଗୋ ଫର୍ଷ୍ଟ’ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଯାତ୍ରୀମାନଙ୍କୁ ଛାଡ଼ି ପଳାଇଥିବାରୁ ଘରୋଇ ବିମାନ କମ୍ପାନୀ ‘ଗୋ ଫର୍ଷ୍ଟ’ ଉପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି । ଜାନୁଆରୀ ୯ରେ ବାଙ୍ଗାଲୋର-ଦିଲ୍ଲୀ ଗୋ ଫର୍ଷ୍ଟ ବିମାନ ୫୫ ଯାତ୍ରୀଙ୍କୁ ନ ନେଇ ପଳାଇଥିଲା ।

‘ଗୋ ଫର୍ଷ୍ଟ’ର ଆଭ୍ୟନ୍ତରୀଣ ତଦନ୍ତରୁ ଜଣାପଡିଥିଲା ଯେ କମ୍ପାନୀର ଯୋଗାଯୋଗ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ଏଭଳି ହୋଇଥିଲା । ଏବେ ଡିଜିସିଏ ‘ଗୋ ଫର୍ଷ୍ଟ’ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛି।

ଉଲ୍ଲେଖଯୋଗ୍ୟ ଯେ ଦୁଇଟି ପରିସ୍ରା ଘଟଣାରେ ଡିଜିସିଏ ନିକଟରେ ଏୟାର ଇଣ୍ଡିଆକୁ ୫୦ ଲକ୍ଷ ଟଙ୍କା ଜରିମାନା କରିଥିଲା।

Comments are closed.