ଭାରତୀୟ ପହିଲମାନ ଗାମା ସିଂହଙ୍କ ଉପରେ ଗୁଗୁଲର ଡୁଡଲ୍

ନୂଆଦିଲ୍ଲୀ: ଆଜି ହେଉଛି ଭାରତୀୟ ପହିଲମାନ ଗାମା ସିଂହଙ୍କ ୧୪୪ତମ ଜନ୍ମ ବାର୍ଷିକୀ | ଏହି ଅବସରରେ ଗୁଗୁଲ୍ ତାଙ୍କ ସ୍ମୃତିରେ ଏକ ଡୁଡଲ୍ ତିଆରି କରି ତାଙ୍କୁ ମନେ ପକାଇଛି | ଗାମା ପହିଲମାନଙ୍କ ପ୍ରକୃତ ନାମ ଥିଲା ଗୁଲାମ ମହମ୍ମଦ | ସେ ୧୮୭୮ ମସିହାରେ ଅମୃତସରରେ ଏକ କାଶ୍ମୀରୀ ପରିବାରରେ ଜନ୍ମଗ୍ରହଣ କରିଥିଲେ |

ଗାମା ପହିଲମାନ ୫୦ ବର୍ଷରୁ ଅଧିକ ସମୟ ଧରି କୁସ୍ତିରେ ସକ୍ରିୟ ଥିଲେ ​​| ସେ କେବଳ ଭାରତରେ ଜଣେ ଅପ୍ରତିଦ୍ଵନ୍ଦୀ କୁସ୍ତଯୋଦ୍ଧା ନଥିଲେ ବରଂ ଇଂଲଣ୍ଡ ଏବଂ ଅନ୍ୟାନ୍ୟ ୟୁରୋପୀୟ ଦେଶରେ ମଧ୍ୟ ତାଙ୍କର ସୁନାମ ଥିଲା।

୧୯୧୦ ଦଶକରେ ଲୋକମାନେ ତାଙ୍କୁ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଭାବରେ ବିବେଚିତ କରୁଥିଲେ |

Comments are closed.