ଭାରତ ବିରୋଧୀ କଣ୍ଟେଣ୍ଟ ପ୍ରସାରଣ ପାଇଁ ୩୫ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍ କଲେ ସରକାର

ନୂଆଦିଲ୍ଲୀ: ଭାରତ ବିରୋଧୀ କଣ୍ଟେଣ୍ଟ ପ୍ରସାରଣ ଅଭିଯୋଗରେ କେନ୍ଦ୍ର ସରକାର ଆଉ ୩୫ ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ୍ କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିକ୍ରମ ସହାୟ କହିଛନ୍ତି ଯେ ଗତ ଜାନୁଆରୀ ୨୦ରେ ମନ୍ତ୍ରଣାଳୟ ପାଇଥିବା ଗୁଇନ୍ଦା ସୂଚନା ଆଧାରରେ ଆମେ ୩୫ଟି ୟୁଟ୍ୟୁବ ଚ୍ୟାନେଲ, ୨ ଟ୍ୱିଟର ଆକାଉଣ୍ଟ, ୨ ଇନଷ୍ଟାଗ୍ରାମ ଆକାଉଣ୍ଟ, ୨ ୱେବସାଇଟ୍ ଏବଂ ଗୋଟିଏ ଫେସବୁକ୍ ଆକାଉଣ୍ଟକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛୁ। ଏହି ସବୁ ଚ୍ୟାନେଲ୍ ଓ ଆକାଉଣ୍ଟ ଗୁଡ଼ିକର ପାକିସ୍ତାନରୁ ପରିଚାଳିତ ଏବଂ ଭାରତ ବିରୋଧୀ ମିଛ ଖବର କଣ୍ଟେଣ୍ଟ ପ୍ରସାରଣ କରନ୍ତି |

ବିକ୍ରମ ସହାୟ କହିଛନ୍ତି ଯେ ଏହା ଭାରତ ବିରୁଦ୍ଧରେ ପ୍ରଚାର ପ୍ରସାର ହେଉଥିବା ଅପପ୍ରଚାର ଏକ ସୂଚନା ଯୁଦ୍ଧ ପରି। ଏସବୁ ଗୁପ୍ତଚର ସଂସ୍ଥା ଦ୍ୱାରା ନିରନ୍ତର ମନିଟରିଂ କରାଯାଉଛି |

ଭାରତ ବିରୋଧୀ ପ୍ରଚାର ଏବଂ ମିଥ୍ୟା ଖବର ପ୍ରଚାର ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗତ ବର୍ଷ ଡିସେମ୍ବରରେ ଗୁପ୍ତଚର ଏଜେନ୍ସିମାନଙ୍କ ସହ ସମନ୍ୱିତ ପ୍ରୟାସରେ ୨୦ଟି ୟୁଟ୍ୟୁବ୍ ଚ୍ୟାନେଲ ଏବଂ ଦୁଇଟି ୱେବସାଇଟ୍ ବ୍ଲକ୍ କରିଥିଲା।

Comments are closed.