ଗହମ ଆମଦାନୀ ରିପୋର୍ଟକୁ କେନ୍ଦ୍ର ସରକାରଙ୍କ ଅସ୍ୱୀକାର, କହିଲେ ‘ପର୍ଯ୍ୟାପ୍ତ ଷ୍ଟକ୍ ଅଛି’

ନୂଆଦିଲ୍ଲୀ: ବିଦେଶରୁ ଗହମ ଆମଦାନୀ ରିପୋର୍ଟକୁ କେନ୍ଦ୍ର ସରକାର ଅସ୍ୱୀକାର କରିଛନ୍ତି। ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ କହିଛି ଯେ “ଭାରତର ଗହମ ଆମଦାନୀ କରିବା ପାଇଁ ସେପରି କୌଣସି ଯୋଜନା ନାହିଁ। ଘରୋଇ ଆବଶ୍ୟକତା ପୂରଣ କରିବା ପାଇଁ ଦେଶରେ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଅଛି ଏବଂ ଖାଦ୍ୟ ବଣ୍ଟନ ନିଗମ ପାଖରେ ମଧ୍ୟ ସାଧାରଣ ବଣ୍ଟନ ପାଇଁ ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ରହିଛି।

ନିକଟରେ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ ଦେଶରେ ନିଅଣ୍ଟିଆ ସ୍ଥିତି ଭରଣା କରିବାକୁ ଭାରତ ଅନ୍ୟ ଦେଶରୁ ଗହମ ଆମଦାନୀ କରିବାକୁ ବିଚାର କରୁଛି। ଏଭଳି ରିପୋର୍ଟ ଅନେକଙ୍କୁ ଚକିତ କରିଥିଲା । କାରଣ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ୱରେ ଅସ୍ଥିରତା ମଧ୍ୟରେ ଭାରତ “ବିଶ୍ୱକୁ ଖୁଆଇବାକୁ” ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ । ବ୍ଲୁମବର୍ଗ ଏହାର ଏକ ରିପୋର୍ଟରେ କହିଥିଲା ଯେ ଗରମ ଯୋଗୁଁ ଗହମ ଉତ୍ପାଦନରେ ହ୍ରାସ ଏବଂ ମୂଲ୍ୟ ବୃଦ୍ଧି କାରଣରୁ ସରକାର ଶସ୍ୟ ଆମଦାନୀ କରିବାକୁ ବିଚାର କରିପାରନ୍ତି।

Comments are closed.