ପେନ୍ କିଲର୍ ‘ମେଫ୍ଟାଲ’ ବ୍ୟବହାର କରୁଥିଲେ ସାବଧାନ! ସରକାର ଜାରି କଲେ ଆଲର୍ଟ

ନୂଆଦିଲ୍ଲୀ: ପେନ୍ କିଲର ‘ମେଫ୍ଟାଲ’ ନେଇ ଆଲର୍ଟ ଜାରି କରଛନ୍ତି ସରକାର। ଏହି ଔଷଧର ଗମ୍ଭୀର ପାର୍ଶ୍ଵ ପ୍ରତିକ୍ରିୟା ଉପରେ ନଜର ରଖିବାକୁ ସ୍ବାସ୍ଥ୍ୟକର୍ମୀ ଓ ରୋଗୀମାନଙ୍କୁ ପରାମର୍ଶ ଦେଇଛି ଭାରତୀୟ ଫାର୍ମାକୋପିୟା କମିଶନ (ଆଇପିସି)।

ଏହି ଔଷଧ ସାଧାରଣତଃ ଋତୁସ୍ରାବ ଜନିତ ଯନ୍ତ୍ରଣା ଏବଂ ରିମାଟଏଡ୍ ଆର୍ଥ୍ରାଇଟିସ୍ ପାଇଁ ବ୍ୟବହାର କରାଯାଏ ।

‘ମେଫ୍ଟାଲ’ ସେବନରୁ ସାଧାରଣତଃ ଇସିନୋଫିଲିଆ ଏବଂ ସିଷ୍ଟମିକ୍ ସିଣ୍ଡ୍ରୋମ (ଡିଆରଇଏସ୍ଏସ୍) ଭଳି ପାର୍ଶ୍ୱ ପ୍ରତିକ୍ରିୟା ହେଉଥିବା ଆଇପିସି ଏହାର ରିପୋର୍ଟରେ କହିଛି ।

ନଭେମ୍ବର ୩୦ରେ ଜାରି କରାଯାଇଥିବା ଆଲର୍ଟରେ କୁହାଯାଇଛି ଯେ ଏହି ଔଷଧର ପ୍ରତିକୂଳ ପ୍ରଭାବ ଉପରେ ସ୍ୱାସ୍ଥ୍ୟ କର୍ମୀ ଏବଂ ରୋଗୀଙ୍କୁ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ଯଦି ଏପରି କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରନ୍ତି ତେବେ ହେଲ୍ପଲାଇନ ନମ୍ବର- ୧୮୦୦-୧୮୦-୩୦୨୪କୁ କଲ୍ କରିବାକୁ କୁହାଯାଇଛି।

Comments are closed.