ଆୟ ବହିର୍ଭୂତ ମାମଲାରେ ଆଉ ଜଣେ ସରକାରୀ ଅଧିକାରୀ ଗିରଫ

ସୋନପୁର- ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଜାରି ରହିଛି କାର୍ଯ୍ୟାନୁଷ୍ଠାନ । ନୟାଗଡ ରଣପୁର ଆରଡି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଆୟ ବହିର୍ଭୂତ ମାମଲାରେ ଗିରଫ ହେବା ପରେ ସମାନ ଅଭିଯୋଗରେ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୋଇଥିବା କୋଟିପତି ସେକ୍ସନ ଅଫିସର ରମେଶ ପ୍ରସାଦ ନାଗଙ୍କୁ ମଧ୍ୟ ଗିରଫ କରାଯାଇଛି ।

ସୁବର୍ଣ୍ଣପୁର ଉପଜିଲ୍ଲାପାଳଙ୍କ ଅଫିସରେ ସେକ୍ସନ ଅଫିସର ଭାବେ କାର୍ଯ୍ୟରତ ଥିବା ରମେଶଙ୍କୁ ଆୟ ବହିର୍ଭୂତ ସଂପତ୍ତି ମାମଲାରେ ଗିରଫ କରାଯାଇଛି । ଗୁରୁବାର ରମେଶଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ତାଙ୍କ ନିକଟରୁ ପାଖାପାଖି ୧ କୋଟି ୩ ଲକ୍ଷ ଟଙ୍କାର ଆୟବହିର୍ଭୂତ ସଂପତ୍ତି ଠାବ ହୋଇଛି । ତାଙ୍କର ବଲାଙ୍ଗିରରେ ୨ଟି କୋଠା ରହିଛି । ଏହାଛଡା ବଲାଙ୍ଗୀରରେ ୩ଟି ପ୍ଲଟ ରହିଥିବା ବେଳେ ସୋନପୁରରେ ରହିଛି ଗୋଟିଏ ପ୍ଲଟ । ରମେଶ ନାଗ ଦେବୋତ୍ତର ମ୍ୟାମେଜର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ ।

Comments are closed.