ଦିଲ୍ଲୀର ଐତିହାସିକ ରାଜପଥ ନାମ ବଦଳାଇ ‘କର୍ତ୍ତବ୍ୟପଥ’ ରଖିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନୂଆଦିଲ୍ଲୀର ଐତିହାସିକ ରାଜପଥ ଏବଂ ସେଣ୍ଟ୍ରାଲ ଭିସ୍ତା ଲନର ନାମ ବଦଳାଇବେ । ଏହି ଅଞ୍ଚଳକୁ ଏବେ ‘କର୍ତ୍ତବ୍ୟପଥ’ ଭାବେ ନାମିତ କରାଯିବ । ସୂଚନାନୁସାରେ ସରକାର ମଧ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ସୂତ୍ରରୁ ପ୍ରକାଶ ଯେ ନୂଆଦିଲ୍ଲୀ ପୌର ନିଗମ ପରିଷଦ (ଏନଡିଏମସି) ସେପ୍ଟେମ୍ବର ୭ରେ ରାଜପଥ ଏବଂ ସେଣ୍ଟ୍ରାଲ ଭିସ୍ତା ଲନର ନାମକୁ ‘କର୍ତ୍ତବ୍ୟପଥ’ ଭାବେ ନାମିତ କରିବା ନେଇ ଏକ ସ୍ୱତନ୍ତ୍ର ବୈଠକ ଡକାଇଛି ଏବଂ ଏହି ପ୍ରସ୍ତାବ ପରିଷଦ ସମ୍ମୁଖରେ ରଖାଯିବ। ନେତାଜୀଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ସବୁ ମାର୍ଗ ଏବଂ ଅଞ୍ଚଳ ଏବେ ‘କର୍ତ୍ତବ୍ୟପଥ’ ଭାବରେ ଜଣାଯିବ ।

ସୂଚନାନୁସାରେ, ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯିବା ପରେ ରାଜପଥ ଏବଂ ସେଣ୍ଟ୍ରାଲ ଭିସ୍ତା ଲନର ନାମକୁ ‘କର୍ତ୍ତବ୍ୟପଥ’କୁ ବଦଳାଇବାକୁ କେନ୍ଦ୍ର ସରକାର ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିପାରନ୍ତି।

ଇଣ୍ଡିଆ ଗେଟ୍ ରୁ ରାଷ୍ଟ୍ରପତି ଭବନ (ରାଇସିନା ହିଲ୍) ପର୍ଯ୍ୟନ୍ତ ରାସ୍ତା ରାଜପଥ ନାମରେ ପରିଚିତ | ରାଜପଥ ହେଉଛି ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲ (ଏନଡିଏମସି) ଅଧୀନସ୍ଥ ଏକ ଉଚ୍ଚ ସୁରକ୍ଷିତ ଅଞ୍ଚଳ | ବ୍ରିଟିଶ ଅମଳରେ ରାଜପଥଙ୍କୁ ‘କିଙ୍ଗସୱେ’ କୁହାଯାଉଥିଲା।

Comments are closed.