ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀଙ୍କ ପରଲୋକ

ମୁମ୍ବାଇ: ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା । ସେ କିଛି ଦିନ ଧରି ଅସୁସ୍ଥ ଥିଲେ। ଆଜି କୋହ୍ଲାପୁରରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ତାଙ୍କ ପୁଅ ତୁଷାର ଗାନ୍ଧୀ କହିଛନ୍ତି।

କିଛି ଦିନ ତଳେ ଅରୁଣ ଗାନ୍ଧୀ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ତାଙ୍କ ଠାରେ ସ୍ୱାଇନ୍ ଫ୍ଲୁ ଭଳି ଲକ୍ଷଣ ଦେଖାଦେଇଥିଲା । ଅରୁଣ ଗାନ୍ଧୀଙ୍କୁ ଆଷ୍ଟର ଆଧାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେ ସୁସ୍ଥ ହୋଇ ଫେରିଥିଲେ। ଅରୁଣ ଗାନ୍ଧୀଙ୍କ ଜନ୍ମ ୧୪ ଏପ୍ରିଲ ୧୯୩୪ରେ ଡର୍ବାନରେ ମଣିଲାଲ୍ ଗାନ୍ଧୀ ଏବଂ ସୁଶୀଲା ମଶ୍ରୁୱାଲାଙ୍କ ଘରେ ହୋଇଥିଲା ।

ଅରୁଣ ଗାନ୍ଧୀ ତାଙ୍କ ଜେଜେବାପା ମହାତ୍ମା ଗାନ୍ଧୀଙ୍କ ପଦାଙ୍କ ଅନୁସରଣ କରି ଜଣେ ଲେଖକ ତଥା ସାମାଜିକ କର୍ମୀ ଭାବେ ମହାରାଷ୍ଟ୍ରବାସୀଙ୍କ ସେବା କରିଥିଲେ। ସେ ତାଙ୍କ ଜେଜେବାପା ଓ ଜେଜେମା’ଙ୍କ ଉପରେ ଅନେକ ପୁସ୍ତକ ଲେଖିଥିଲେ।

Comments are closed.