ପଞ୍ଜାବ ପୋଲିସର ଗୁଇନ୍ଦା ମୁଖ୍ୟାଳୟ ଉପରେ ଗ୍ରେନେଡ ଆକ୍ରମଣ

ଚଣ୍ଡିଗଡ: ମୋହାଲି ସ୍ଥିତ ପଞ୍ଜାବ ପୋଲିସର ଗୁଇନ୍ଦା ମୁଖ୍ୟାଳୟରେ ଗତକାଲି ରାତିରେ ବିସ୍ଫୋରଣ ଘଟିଛି । ଏହା ଏକ ରକେଟ୍ ପ୍ରପେଲ୍ଡ ଗ୍ରେନେଡ (ଆରପିଜି) ଆକ୍ରମଣ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି । ତେବେ ଏହି ବିସ୍ଫୋରଣ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ । ବୋମା ନିଷ୍କ୍ରିୟ ଟିମ୍ ଏବଂ ଫରେନସିକ ସ୍କ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ଏହାର ଯାଞ୍ଚ କରୁଛନ୍ତି । ବିସ୍ଫୋରଣ ପରେ ମୁଖ୍ୟାଳୟ ପରିସରକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇ ତଦନ୍ତ ଜାରି ରହିଛି । ଏହି ଘଟଣା ପରେ ସମଗ୍ର ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଘଟଣା ସମ୍ପର୍କରେ ଡିଜି ଭିକେ ଭୱରାଙ୍କୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି । ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଆକ୍ରମଣ ପଛରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି । ମେ ୫ରେ ହରିୟାଣାର କର୍ଣ୍ଣାଲରୁ ୪ ଖଲିସ୍ତାନୀ ଆତଙ୍କୀମାନେ ଗିରଫ ହେବାର ଚାରି ଦିନ ପରେ ଗୁଇନ୍ଦା ମୁଖ୍ୟାଳୟ ଉପରେ ଏଭଳି ଆକ୍ରମଣ ହୋଇଛି ।

Comments are closed.