ବାୟୁସେନା ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ପାଇଲେ ବୀର ଚକ୍ର ସମ୍ମାନ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ଆଜି ଆୟୋଜିତ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଦେଶର ସୁରକ୍ଷା ପାଇଁ ଅଦମ୍ୟ ସାହସ ପ୍ରଦର୍ଶନ କରିଥିବା ସୈନିକମାନଙ୍କୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ସମ୍ମାନିତ କରିଛନ୍ତି। ବାୟୁସେନା ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବୀର ଚକ୍ର ସମ୍ମାନ ପ୍ରଦାନ କରାଯାଇଛି। ଫେବୃଆରୀ ୧୭, ୨୦୧୯ରେ ଅଭିନନ୍ଦନ ଏକାକୀ ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନକୁ ଧ୍ବଂସ କରିଥିଲେ। ଏହା ପରେ ସେ ତିନି ଦିନ ଧରି ପାକିସ୍ତାନ ସେନାର କବଜାରେ ରହିଥିଲେ।

ଏହାଛଡ଼ା ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଭାରତୀୟ ସେନାର ଅନେକ ବୀର ଯବାନଙ୍କୁ ଗାଲାଣ୍ଟ୍ରି ପୁରସ୍କାରରେ ସମ୍ମାନିତ କରାଯାଇଛି। ଜାମ୍ମୁ କାଶ୍ମୀରର ଆତଙ୍କବାଦୀଙ୍କୁ ନିପାତ କରିଥିବା ସହିଦ୍ ସାପର ପ୍ରକାଶ ଯାଦବଙ୍କୁ ମରଣୋତ୍ତର ଭାବେ କିର୍ତ୍ତୀ ଚକ୍ର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି ପୁରସ୍କାର ତାଙ୍କ ପତ୍ନୀ ଏବଂ ମାତାଙ୍କୁ ପ୍ରଦାନ କରିଛନ୍ତି।

ନାୟକ ସୁବେଦର ସୋମବୀରଙ୍କୁ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଛି | ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ମାରିଥିବା ସହିଦ୍ ମେଜର ବିଭୁତି ଶଙ୍କର ଧୋଣ୍ଡିଆଲଙ୍କୁ ମରଣୋତ୍ତର ଭାବେ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଇଛି। ତାଙ୍କ ପତ୍ନୀ ଲଳିତ ନିତିକା କୌଲ୍ ଏବଂ ମାତା ଏହି ସମ୍ମାନ ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କରିଥିଲେ।

Comments are closed.