ବିରୋଧ ପରେ କପଡ଼ା ଉପରେ ଜିଏସଟି ବୃଦ୍ଧି ନିଷ୍ପତ୍ତି ସ୍ଥଗିତ

ନୂଆଦିଲ୍ଲୀ: କପଡ଼ା ଉପରେ ଜିଏସଟି ହାର ବୃଦ୍ଧି ନିଷ୍ପତ୍ତି ସ୍ଥଗିତ ରଖାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଆଜି ଜିଏସଟି ପରିଷଦ ଏହି ନିଷ୍ପତ୍ତି ନେଇଛି । ଜିଏସଟି ପରିଷଦ ପୂର୍ବରୁ କପଡ଼ା ଉପରେ ଜିଏସଟି ହାର ୫ ପ୍ରତିଶତରୁ ୭ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା। ଅନେକ ରାଜ୍ୟ ଏବଂ ବୟନ ଶିଳ୍ପ ସଂଘମାନେ ଏହାକୁ ତୀବ୍ର ବିରୋଧ କରି ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।

ଜାନୁୟାରୀ ୧, ୨୦୨୨ରୁ ବୟନ ଉତ୍ପାଦ ଉପରେ ଜିଏସଟି ହାର ୫ରୁ ୧୨ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ରାଜ୍ୟ ସରକାର ଏବଂ ବୟନ ଶିଳ୍ପ ଏହାକୁ ବିରୋଧ କରିଥିଲେ। ତେଣୁ ଜିଏସଟି ପରିଷଦର ଆଜି ଅନୁଷ୍ଠିତ ବୈଠକରେ କପଡ଼ା ଉପରେ ଜିଏସଟିକୁ ୫ ରୁ ୧୨ ପ୍ରତିଶତକୁ ବୃଦ୍ଧି ନିଷ୍ପତ୍ତି ସ୍ଥଗିତ ରଖିବାକୁ ସ୍ଥିର ହୋଇଥିଲା ।

Comments are closed.