କେଜ୍ରିୱାଲଙ୍କୁ ଝଟକା, ମାନହାନି ମାମଲା ଉପରେ ରୋକ୍ ଲଗାଇବାକୁ ମନା କଲେ ଗୁଜରାଟ ହାଇକୋର୍ଟ

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ବିବାଦରେ ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ତାଙ୍କ ଦଳର ସାଂସଦ ସଞ୍ଜୟ ସିଂଙ୍କୁ ଝଟକା ଲାଗିଛି । ଗୁଜରାଟ ବିଶ୍ୱବିଦ୍ୟାଳୟ ବିରୋଧରେ ଅପମାନଜନକ ବୟାନ ପାଇଁ ଉଭୟଙ୍କ ବିରୋଧରେ ଆରମ୍ଭ ହୋଇଥିବା ମାନହାନି ମାମଲା ଉପରେ ଅନ୍ତରୀଣ ରୋକ୍ ଲଗାଇବାକୁ ଗୁଜରାଟ ହାଇକୋର୍ଟ ମନା କରିଦେଇଛନ୍ତି।

ମାନହାନି ମାମଲାରେ ଅରବିନ୍ଦ କେଜ୍ରିୱାଲ ଏବଂ ସଞ୍ଜୟ ସିଂ ତଳକୋର୍ଟର ସମନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି ସ୍ଥଗିତ ରଖିବା ପାଇଁ ଉଭୟ ଆବେଦନ କରିଥିଲ ।

Comments are closed.