ଗୁଜରାଟ ବିଧାୟକ ଜିଗ୍ନେଶ ମେବାନୀଙ୍କୁ ଗିରଫ କଲା ଆସାମ ପୋଲିସ

ଅହମ୍ମଦାବାଦ: ଦଳିତ ନେତା ତଥା ଗୁଜରାଟ ବଡ଼ଗାଁଓର ବିଧାୟକ ଜିଗ୍ନେଶ ମେବାନୀଙ୍କୁ ଗତକାଲି ବିଳମ୍ବିତ ରାତିରେ ଗୁଜୁରାଟର ପାଲାନପୁରର ସର୍କିଟ ହାଉସରୁ ଆସାମ ପୋଲିସ ଗିରଫ କରିଛି। ଗିରଫ ପରେ ତାଙ୍କୁ ଗତକାଲି ରାତିରେ ଅହମ୍ମଦାବାଦକୁ ଅଣାଯାଇଥିଲା । ଆଜି ତାଙ୍କୁ ଆସାମ ନିଆଯିବ। ‘ରାଷ୍ଟ୍ରୀୟ ଦଳିତ ଅଧିକର ମଞ୍ଚ’ର ସଂଯୋଜକ ମେବାନୀଙ୍କୁ ଗିରଫ କରିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ରାମନବମୀ ଦିନ ଗୁଜରାଟର କିଛି ଅଞ୍ଚଳରେ ହିଂସାକାଣ୍ଡ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ କରିଥିବା ଟ୍ବିଟ୍ ପାଇଁ ମେବାନୀଙ୍କ ବିରୋଧରେ ଆସାମ ପୋଲିସ ମାମଲା ରୁଜୁ କରାଯାଇଥିବା କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ।

ମେବାନୀଙ୍କ ସହଯୋଗୀ କହିଛନ୍ତି ଯେ ସେମାନଙ୍କୁ ଏପର୍ଯ୍ୟନ୍ତ ଏଫ୍ଆଇଆର୍ ର କପି ଦିଆଯାଇ ନାହିଁ |ମେବାନୀଙ୍କୁ ଗିରଫ କରିଥିବା ଆସାମ ପୋଲିସ ତାଙ୍କୁ ଆଜି ଟ୍ରେନରେ ଅହମ୍ମଦାବାଦରୁ ଗୁଆହାଟୀକୁ ନେବାକୁ ଯୋଜନା କରିଛି।

Comments are closed.