ଇତିହାସ ରଚିଲେ ଗୁକେଶ, ସର୍ବକନିଷ୍ଠ ଖେଳାଳି ଭାବେ ଜିତିଲେ କେଣ୍ଡିଡେଟ୍ସ ଚେସ୍ ଟୁର୍ଣ୍ଣାମେଣ୍ଟ

ଚେନ୍ନାଇ: ଭାରତୀୟ ଗ୍ରାଣ୍ଡମାଷ୍ଟର ଡି ଗୁକେଶ ମର୍ଯ୍ୟାଦାଜନକ ଫିଡେ କେଣ୍ଡିଡେଟ୍ସ ଚେସ୍ ଟୁର୍ଣ୍ଣାମେଣ୍ଟ ଜିତି ଇତିହାସ ରଚିଛନ୍ତି। ଏଥିସହ ୧୭ ବର୍ଷୀୟ ଗୁକେଶ ବିଶ୍ୱ ଟାଇଟଲ ପାଇଁ ସର୍ବକନିଷ୍ଠ ଚ୍ୟାଲେଞ୍ଜର ହୋଇଛନ୍ତି । ବିଶ୍ବ ଚେସ୍ ଟାଇଟଲ ପାଇଁ ଗୁକେଶଙ୍କ ମୁକାବିଲା ଡିଫେଣ୍ଡିଂ ଚାମ୍ପିୟନ ଚୀନର ଡିଙ୍ଗ ଲିରେନଙ୍କ ସହ ହେବ ।

ପାଞ୍ଚ ଥରର ବିଶ୍ବ ଚାମ୍ପିୟନ ବିଶ୍ବନାଥନ ଆନନ୍ଦଙ୍କ ପରେ କେଣ୍ଡିଡେଟ୍ସ ଚେସ୍ ଟୁର୍ଣ୍ଣାମେଣ୍ଟ ଜିତିବାରେ ଡି.ଗୁକେଶ ହେଉଛନ୍ତି ଦ୍ବିତୀୟ ଭାରତୀୟ ।

ଚେନ୍ନାଇର ଗୁକେଶ ମାତ୍ର ୧୭ ବର୍ଷ ବୟସରେ ବିଶ୍ବ ଚାମ୍ପିୟନସିପ ପାଇଁ ଯୋଗ୍ୟତା ହାସଲ କରି ରୁଷୀୟ କିମ୍ବଦନ୍ତୀ ଗ୍ଯାରି କାସ୍ପୋରଭଙ୍କ ରେକର୍ଡ ଭାଙ୍ଗିଛନ୍ତି । ୧୯୮୪ ମସିହାରେ କାସ୍ପୋରଭ ୨୨ ବର୍ଷ ବୟସରେ ବିଶ୍ବ ଚାମ୍ପିୟନସିପ ପାଇଁ ଯୋଗ୍ୟତା ହାସଲ କରିଥିଲେ।

Comments are closed.