ନୁହରେ ଆରମ୍ଭ ହେଲା ‘ହର ଘର ତିରଙ୍ଗା’ ଅଭିଯାନ

ଗୁରୁଗ୍ରାମ : ହରିୟାଣାର ହିଂସା ପ୍ରଭାବିତ ନୁହ ଜିଲ୍ଲାରେ ପ୍ରଶାସନ ପକ୍ଷରୁ “ହର ଘର ତିରଙ୍ଗା” ଅଭିଯାନ ଆରମ୍ଭ କରାଯାଇଛି।

ଜୁଲାଇ ୩୧ରେ ଏକ ଧାର୍ମିକ ଶୋଭାଯାତ୍ରା ବେଳେ ନୁହରେ ସାମ୍ପ୍ରଦାୟିକ ହିଂସା ଘଟିଥିଲା ଯାହା ପରେ ଗୁରୁଗାଓଁ, ସୋହନା ଏବଂ ଏହାର ଆଖପାଖ ଅଞ୍ଚଳକୁ ବ୍ୟାପିଥିଲା |

ନୁହ ଡେପୁଟି କମିଶନର ଧିରେନ୍ଦ୍ର ଖାରଗାଟାଙ୍କ ସୂଚନା ଅନୁଯାୟୀ, ‘ହର ଘର ତିରଙ୍ଗା’ ଅଭିଯାନ ଅଧୀନରେ ଜିଲ୍ଲାର ସମସ୍ତ ଘର ତଥା ପ୍ରତିଷ୍ଠାନ ଉପରେ ତ୍ରିରଙ୍ଗା ଲଗାଯିବ ।

ଅଗଷ୍ଟ ୧୪ ଏବଂ ୧୫ରେ ନୁହରେ କର୍ଫ୍ୟୁ କୋହଳ କରାଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି । ଏହି ଦୁଇ ଦିନ ସକାଳ ୬ ଟାରୁ ରାତି ୮ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ ।

କଟକଣା ସତ୍ତ୍ବେ ରବିବାର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ହରିୟାଣାର ପାଲୱାଲରେ ଏକ ମହାପଞ୍ଆଚାୟତ ଆୟୋଜନ ହୋଇଥିଲା । ନୁହରେ ଅସମ୍ପୂର୍ଣ୍ଣ ବ୍ରିଜମଣ୍ଡଳ ଯାତ୍ରା ପୁନଃ ଆରମ୍ଭ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଥିଲା । ‘ଆତ୍ମରକ୍ଷା’ ପାଇଁ ଲୋକମାନଙ୍କୁ ଅସ୍ତ୍ର ବଣ୍ଟନ କରିବାକୁ ଏହି ମହାପଞ୍ଚାୟତରେ ଆହ୍ବାନ କରାଯାଇଥିଲା ।

ଜୁଲାଇ ୩୧ରେ ଆରମ୍ଭ ହୋଇଥିବା ହିଂସାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଦୁଇଜଣ ହୋମଗାର୍ଡ ଥିଲେ |

Comments are closed.