ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ହେମନ୍ତ ସୋରେନ ଗିରଫ

ରାଞ୍ଚି: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗିରଫ ହୋଇଛନ୍ତି ହେମନ୍ତ ସୋରେନ । ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବୁଧବାର ତାଙ୍କୁ ଗିରଫ କରିଛି । ଗିରଫ ପରେ ସୋରେନ ଇଡି ବିରୋଧରେ ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାୟର କରିଛନ୍ତି ‌। ଆସନ୍ତାକାଲି ଏହାର ଶୁଣାଣି ହେବ ।

ଏହା ପୂର୍ବରୁ ଇଡିର ଏକ ଟିମ୍ ତାଙ୍କ ରାଞ୍ଚି ବାସଭବନରେ ପହଞ୍ଚି ସୋରେନଙ୍କୁ ପ୍ରାୟ ୭ ଘଣ୍ଟା ଜେରା କରିଥିଲା । ଏହାପରେ ସୋରେନ ରାଜଭବନରେ ପହଞ୍ଚି ରାଜ୍ୟପାଳ ସି.ରାଧାକ୍ରିଷ୍ଣନଙ୍କୁ ନିଜ ଇସ୍ତଫା ପତ୍ର ଦେଇଥିଲେ, ଯାହାକୁ ରାଜ୍ୟପାଳ ଗ୍ରହଣ କରିଥିଲେ। ହେମନ୍ତ ସୋରେନଙ୍କ ସ୍ଥାନରେ ଜେଏମ୍ଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ । ଚମ୍ପାଇ ଦଳୀୟ ବିଧାୟକଙ୍କ ସହ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତିି। ସେ ତାଙ୍କୁ ୪୩ ଜଣ ବିଧାୟକଙ୍କ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି ।

Comments are closed.