ଶ୍ରୀମନ୍ଦିରରେ କୋଳିବିକା ନୀତି ପାଳିତ

ओडिया समाचारଶ୍ରୀମନ୍ଦିରରେ କୋଳିବିକା ନୀତି ପାଳିତ
ଶ୍ରୀକୃଷ୍ଣ ଜନ୍ମଷ୍ଟମୀ ପରଠାରୁ ଶ୍ରୀ ମନ୍ଦିରରେ ଚାଲିଛି ଶ୍ରୀକୃଷ୍ଣ ଲୀଳା। ଏହିକ୍ରମରେ ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀ ଜୀଉମାନଙ୍କର ‘ବଣ ଭୋଜି ବେଶ” ବେଶ ଅନୁଷ୍ଠିତ ହୋଇଥିଲା। ଶ୍ରୀ ଜୀଉ ମାନଙ୍କ ମଧ୍ୟାହ୍ନ ଧୂପରେ ଦୁଇଖଣ୍ଡ ଆଜ୍ଞାମାଳ ଲାଗି ହୋଇଥିଲା। ମଧ୍ୟାହ୍ନ ଧୂପ ସରି ଭିତରେ ପାଣି ପଡିଲା ଉତ୍ତରାରେ ଦକ୍ଷିଣୀ ଘରୁ ରାମ ଓ କୃଷ୍ଣ ଙ୍କୁ ଆଣି ରତ୍ନସିଂହାସନ ରେ ବିଜେ କରିଯାଇଥିଲା। ପୂଜାପଣ୍ଡା ସାମନ୍ତ ବଡ଼ବାଡ଼ ରୁ ରାମ [...]
ओडिया समाचारସଡ଼କ ସୁରକ୍ଷା ପଦକ୍ଷେପରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟ ସମ୍ମାନ
ନୂଆଦିଲ୍ଲୀ/ଭୁବନେଶ୍ୱର : ସଡ଼କ ସୁରକ୍ଷାରେ ପଦକ୍ଷେପ ନେବାରେ ଦେଶରେ ଶ୍ରେଷ୍ଠ ରାଜ୍ୟ ହୋଇଛି ଓଡ଼ିଶା । ଦିଲ୍ଲୀରେ ଆୟୋଜିତ ଫିକି ଷଷ୍ଠ ସଡ଼କ ସୁରକ୍ଷା କନକ୍ଲେଭ ଅବସରରେ ଓଡ଼ିଶାକୁ ସମ୍ମାନିତ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ । ଓଡ଼ିଶା ପକ୍ଷରୁ ଯୁଗ୍ମ ପରିବହନ କମିସନର (ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କ ନିକଟରୁ ସମ୍ମାନ ଗ୍ରହଣ କରିଛନ୍ତି । ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସମସ୍ତ ରାଜ୍ୟ ନେଉଥିବା [...]
ଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ହେଲେ ଜୟ ଶାହ

ओडिया समाचारଆଇସିସିର ସର୍ବକନିଷ୍ଠ ଅଧ୍ୟକ୍ଷ ହେଲେ ଜୟ ଶାହ
ଦୁବାଇ: ବିସିସିଆଇ ସଚିବ ଜୟ ଶାହ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ନିର୍ଦ୍ଵନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ବିଶ୍ୱ କ୍ରିକେଟ୍ ଶାସନର ଏହି ଶୀର୍ଷ ପଦବୀ ଅଳଙ୍କୃତ କରିବାରେ ୩୫ ବର୍ଷ ବୟସ୍କ ଶାହା ହେଉଛନ୍ତି ସର୍ବକନିଷ୍ଠ ପ୍ରଶାସକ। ଡିସେମ୍ବର ୧ରେ ଜୟ ଶାହ ନ୍ୟୁଜିଲ୍ୟାଣ୍ଡର ବିଦାୟୀ ଅଧ୍ୟକ୍ଷ ୬୨ ବର୍ଷୀୟ ଗ୍ରେଗ ବାରକ୍ଲେଙ୍କ ସ୍ଥାନ ନେବେ। ବାରକ୍ଲେ କ୍ରମାଗତ ତୃତୀୟ ଥର ଏହି ଦାୟିତ୍ଵ ସମ୍ଭାଳିବାକୁ ଇଚ୍ଛା ପ୍ରକାଶ କରିନଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ [...]
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
ଜବ ସିୟ କାନନ ଦେଖି ଡେରାଈ । କହେହୁ ମୋରିଇ ସିଖ ଅବସରୁ ପାଈ ॥ ସାସୁଇ ସସୁର ଅସ କହେଉ ସଁଦେସୂ । ପୁତ୍ରି ଫିରିଅ ବନ ବହୁତ କଲେସୂ ॥ ଭାବାର୍ଥ :- ଯେତେବେଳେ ସୀତା ବଣର ଭୟଙ୍କର ସ୍ଥିତି ଦେଖି ଡରିଯିବେ, ଠିକ୍ ସେହି ସମୟର ସୁଯୋଗ ଦେଖି ମୁଁ କହିବା ପ୍ରକାରେ ତାଙ୍କୁ ବତେଇବ କି ତୁମର ଶାଶୁ ଶ୍ବଶୁର ଦୁହେଁ ଏହି ସଂଦେଶ ଦେଇ କହିଛନ୍ତି କି ହେ ବୋହୁ [...]
ओडिया समाचारଗୀତା ଉପଦେଶ: ବର୍ଣାଶ୍ରମ ବ୍ୟକ୍ତିର ଗୁଣ, କର୍ମ, ବିଭାଗ ଅନୁସାରେ ସୃଷ୍ଟି ହୋଇଥିଲା
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବର୍ଣାଶ୍ରମ ବିଷୟରେ ବୁଝାଇବାକୁ ଯାଇ କହିଛନ୍ତି – ଶୌର୍ଯ୍ୟଂ ତେଜୋ ଧୃତିର୍ଦାକ୍ଷ୍ୟଂ ଯୁଦ୍ଧେ ଚାପ୍ୟପଳାୟନମ୍ । ଦାନମୀଶ୍ୱରଭାବଶ୍ଚ କ୍ଷାତ୍ରଂ କର୍ମ ସ୍ୱଭାବଜମ୍। ଅର୍ଥାତ ବୀରତ୍ୱ, ବଳବାନ, ଦୃଢ଼ମନା, ଅସ୍ତ୍ରବିଦ୍ୟାରେ ନିପୁଣ, ଯୁଦ୍ଧକ୍ଷେତ୍ରରୁ ପଳାୟନ ନ କରିବାକୁ ସଂକଳ୍ପବଦ୍ଧ; ଦାନ ପାଇଁ ଉଦାର ହୃଦୟ, ନେତୃତ୍ୱର କ୍ଷମତା, ଏହି ସବୁ କ୍ଷତ୍ରିୟମାନଙ୍କର ସ୍ୱାଭାବିକ ଗୁଣ ଅଟେ।
ଠେଲାରେ ଜଳଖିଆ ବିକୁଥିଲେ… ଗାଁର ପ୍ରଥମ ଡାକ୍ତର ହେବେ: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରଶଂସା

ओडिया समाचारଠେଲାରେ ଜଳଖିଆ ବିକୁଥିଲେ… ଗାଁର ପ୍ରଥମ ଡାକ୍ତର ହେବେ: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରଶଂସା
ଛତ୍ରପୁର: ମାତ୍ର ୧୧ ବର୍ଷ ବୟସରେ ବାପା ମୀନକେତନ ସାହୁଙ୍କୁ ହରାଇଥିଲେ। ପୁରା ଦେହ ଲମ୍ବାରେ ରଖିବାକୁ ସୁଦ୍ଧା ଜାଗା ହେଉନଥିବା ଭଙ୍ଗାଦଦରା କୁଡ଼ିଆରେ ବିଧବା ମାଆ କୁନି ସାହୁ, ଦୁଇ ଭଉଣୀ ଓ ସାନ ଭାଇ ଆକାଶ ସହ କଷ୍ଟମଷ୍ଟେ ମୁଣ୍ଡ ଗୁଞ୍ଜି ଚଳୁଥିଲେ। ଠେଲା ଗାଡ଼ିରେ ସାହି ସାହି ବୁଲି ବରା, ପାକୁଡି ଆଦି ଜଳଖିଆ ବିକି ପେଟ ପାଇଁ ଦାନା ଯୋଗାଡ଼ କରୁଥିଲେ। ହେଲେ ଜୀବନରେ ସଫଳତା ପାଇଁ ସଂଘର୍ଷରୁ ପଥଚ୍ୟୁତ ହୋଇନଥିଲେ [...]
ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ବୈଠକ

ओडिया समाचारରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ବୈଠକ
ଭୁବନେଶ୍ୱର: ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଶୀତଳ ଭଣ୍ଡାର ଖୋଲିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷି ଭବନ ବୋର୍ଡ ରୁମ୍ରେ ଆୟୋଜିତ ଏହି ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ସମବାୟ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ପ୍ରମୁଖ ଯୋଗଦେଇଥିଲେ । ଏହି ବୈଠକରେ ଫଳ, ପନିପରିବା ଓ [...]
ओडिया समाचारଆଜି ପବିତ୍ର ଜନ୍ମାଷ୍ଟମୀ, ଧରାଵତରଣ କରିବେ ଭଗବାନ ଶ୍ରୀକୃଷ୍ଣ
ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ । ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହୋଇଥିଲେ । ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ । ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହୋଇଛି ଏବଂ ବର୍ତ୍ତମାନ କଳିଭୋଗବ୍ଦ [...]
ଶ୍ରୀ ରାମଚରିତ ମାନସ : ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ : ବାଲ କାଣ୍ଡ
ପୁଲକି ସପ୍ରେମ ପରସପର କହହୀଂ । ଭରତ ଆଗମନୁ ସୂଚକ ଅହହୀଂ ॥ ଭଏ ବହୁତ ଦିନ ଅତି ଅବସେରୀ । ସଗୁନ ପ୍ରତୀତି ଭେଁଟ ପ୍ରିୟ କେରୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତା ଆନନ୍ଦ ମନରେ ସପ୍ରେମ ପରସ୍ପରକୁ କହିଲେ କି ଶରୀରରେ ଏପରି ପୁଲକ ଅନୁଭବ ହେବା ଅର୍ଥ ଭରତ ଫେରି ଆସିବାର ପୂର୍ବ ସୂଚନା ପରି ଲାଗୁଛି । ତାଙ୍କୁ ମାମୁଙ୍କ ଘରକୁ ଯିବାର ଅନେକ ଦିନ [...]
ओडिया समाचारଗୀତା ଉପଦେଶ: ବ୍ୟକ୍ତି ମନ ଦ୍ୱାରା ନିଜର ସମସ୍ତ ଇନ୍ଦ୍ରିୟକୁ ସର୍ବତୋ ଭାବରେ ନିୟନ୍ତ୍ରିତ କରିବା ଉଚିତ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଧ୍ୟାନ ଯୋଗ ସମ୍ବନ୍ଧରେ କହୁଛନ୍ତି : – ସଂକଳ୍ପପ୍ରଭବାନ୍କାମାଂସ୍ତ୍ୟକ୍ତ୍ୱା ସର୍ବାନଶେଷତଃ । ମନସୈବେନ୍ଦ୍ରିୟଗ୍ରାମଂ ବିନିୟମ୍ୟ ସମନ୍ତତଃ ।ା୨୪।। ଅର୍ଥାତ:- ସଂସାରର ଚିନ୍ତନରେ ଜାତ ସମସ୍ତ କାମନାକୁ ସମ୍ପୂର୍ଣ୍ଣରୂପେ ତ୍ୟାଗ କରି, ବ୍ୟକ୍ତି ମନ ଦ୍ୱାରା ନିଜର ସମସ୍ତ ଇନ୍ଦ୍ରିୟକୁ ସର୍ବତୋ ଭାବରେ ନିୟନ୍ତ୍ରିତ କରିବା ଉଚିତ ।
