ओडिया समाचारଶ୍ରୀକ୍ଷେତ୍ରରେ ପହଞ୍ଚିଲା ଭକ୍ତଙ୍କ ଅର୍ପଣ ଭକ୍ତି ଅର୍ଘ୍ୟ
ପୁରୀ – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅର୍ପଣ ରଥ ବୁଲି ଭକ୍ତଙ୍କଠାରୁ ସଂଗୃହୀତ ଗୁଆ- ଅକ୍ଷତ ପୁରୀରେ ପହଞ୍ଚିବା ଆରମ୍ଭ ହୋଇଛି। ପରିକ୍ରମା ପ୍ରକଳ୍ପର ଶୁଭମନାସି ସବୁ ଜିଲ୍ଲାରୁ ଗଡିଥିଲା ଅର୍ପଣ ରଥ । ଘରୁ ଘରୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତଙ୍କ ଭକ୍ତି ଅର୍ଘ୍ୟ ସ୍ୱରୂପ ସଂଗୃହୀତ ହୋଇଥିଲା ଗୁଆ, ଚାଉଳ । ପର୍ଯ୍ୟାୟକ୍ରମେ ଏସବୁ ପୁରୀରେ ପହଞ୍ଚିବ । ପ୍ରଥମେ ଜଗତସିଂହପୁର ଓ ଦେବଗଡ ଜିଲ୍ଲାରୁ ସଂଗୃହୀତ ଗୁଆ [...]
ओडिया समाचारରାଜ୍ୟରେ ଅଦିନିଆ ବର୍ଷାକୁ ଥଣ୍ଡା ପବନରେ ଲୋକେ ଅତିଷ୍ଠ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର – ରାଜ୍ୟରେ ଗତ କିଛି ଦିନ ହେବ ଅଦିନିଆ ବର୍ଷା ସାଙ୍ଗକୁ ଥଣ୍ଡା ପବନ ଲୋକଙ୍କୁ ଅତିଷ୍ଠ କରିଛି । ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମା ପବନ ସାଙ୍ଗକୁ ଗୁରୁଚାପ ବଳୟ ପ୍ରଭାବରେ ଏଭଳି ସ୍ଥିତି ଲାଗି ରହିଛି । ଆଜି ବି ଏଭଳି ସ୍ଥିତି ଜାରି ରହିବ । ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିପାଇଁ ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି [...]
ओडिया समाचारସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆସନ୍ତା ୨୭ରେ ଛୁଟି ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର – ଆସନ୍ତା ୨୭ ତାରିଖରେ ଲୋକାର୍ପିତ ହେବ ସମଲେଇ ପ୍ରକଳ୍ପ । ଲୋକାର୍ପଣ ଉତ୍ସବ ପାଇଁ ରାଜ୍ୟ ସରକାର ଜାନୁଆରୀ ୨୭ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ସେହିଦିନ ସ୍କୁଲ, କଲେଜ ସବୁ ଛୁଟି ରହିବ । ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ମାସର ଚତୁର୍ଥ ଶନିବାରରେ ହେଉଥିବାରୁ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ । ଗତ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ମଧ୍ୟ ସାରାରାଜ୍ୟରେ ଛୁଟି ଘୋଷଣା [...]
ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନହିଂ ତବ ଆଦି ମଧ୍ୟ ଅବସାନା । ଅମିତ୍ ପ୍ରଭାଉ ବେଦୁ ନହିଂ ଜାନା ॥ ଭବ ଭବ ବିଭବ ପରାଭବ କାରିନି । ବିସ଼୍ବ ବିମୋହନି ସ଼୍ବବସ ବିହରିନି ॥ ଭାବାର୍ଥ :- ହେ ପ୍ରଭୁ, ଆପଣଙ୍କର ଆରମ୍ଭ ନାହିଁ କି ମଝି ନାହିଁ କି ଅନ୍ତ-ଶେଷ ମଧ୍ୟ ନାହିଁ । ଆପଣଙ୍କ ଅସୀମ ପ୍ରଭାବକୁ ବେଦ ମଧ୍ୟ ସମ୍ପୁର୍ଣ୍ଣ ରୂପେ ଜାଣନ୍ତି ନାହିଁ । ଆପଣ ଏହି ସଂସାରର [...]
ओडिया समाचारଗୀତା ଉପଦେଶ: ଭଗବାନଙ୍କ ପ୍ରତି ପୂର୍ଣ୍ଣ ପ୍ରେମ ଭାବ ହିଁ ଭକ୍ତି
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଦଶମ ଅଧ୍ୟାୟରେ କହୁଛନ୍ତି : – ଭୂୟ ଏବ ମହାବାହୋ ଶୃଣୁ ମେ ପରମଂ ବଚଃ । ୟତ୍ତେଽହଂ ପ୍ରୀୟମାଣାୟ ବକ୍ଷ୍ୟାମି ହିତକାମ୍ୟୟା ॥ ଭଗବାନ କହିଲେ – ହେ ମହାବାହୁ ଅର୍ଜୁନ ! ପୁନଶ୍ଚ ତୁମେ ମୋର ପରମ ବଚନ ଶୁଣ, ଯାହାକୁ ମୁଁ ତୁମର ହିତ ଉଦ୍ଦେଶ୍ୟରେ କହିବି; କାରଣ ତୁମେ ମୋ ପ୍ରତି ଅତ୍ୟନ୍ତ ପ୍ରେମ ଭାବ ରଖୁଛ । (ଗୀତା ୧୦ମ ଅ। ୧ମ [...]
ସ୍କୁଲ ରୂପାନ୍ତରଣ : ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ୬ଟି ଜିଲ୍ଲାର ୨୮୬ଟି ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ओडिया समाचारସ୍କୁଲ ରୂପାନ୍ତରଣ : ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ୬ଟି ଜିଲ୍ଲାର ୨୮୬ଟି ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା, ସୁବର୍ଣ୍ଣପୁର, ପୁରୀ, ନୟାଗଡ଼, ବୌଦ୍ଧ ଓ ନବରଙ୍ଗପୁର ଜିଲ୍ଲାର ୨୮୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୮୦ଟି ହାଇସ୍କୁଲ, ସୁବର୍ଣ୍ଣପୁରର ୧୪ଟି, ପୁରୀର ୫୩ଟି, ନୟାଗଡ଼ର ୭୫ଟି, ବୌଦ୍ଧର ୧୦ଟି ଓ ନବରଙ୍ଗପୁରର ୫୪ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ସୂଚନାଯୋଗ୍ୟ ଯେ, ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ୬୮୮୩ଟି ସ୍କୁଲ ରୂପାନ୍ତରିତ [...]
ଆଇପିଏସ ସ୍ତରରେ ଅଦଳବଦଳ: ବଦଳିଲେ ପୋଲିସ କମିଶନର ଓ ୬ ଜିଲ୍ଲାର ଏସପି, ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁଇନ୍ଦା ନିର୍ଦ୍ଦେଶକ

ओडिया समाचारଆଇପିଏସ ସ୍ତରରେ ଅଦଳବଦଳ: ବଦଳିଲେ ପୋଲିସ କମିଶନର ଓ ୬ ଜିଲ୍ଲାର ଏସପି, ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁଇନ୍ଦା ନିର୍ଦ୍ଦେଶକ
ଭୁବନେଶ୍ୱର – ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ୬ ଜିଲ୍ଲାର ଏସପିଙ୍କ ସମେତ କମିଶନରେଟ ପୋଲିସ କମିଶନରଙ୍କ ବଦଳି ହୋଇଛି । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସ୍ଥାନରେ କଟକ-ଭୁବନେଶ୍ବରର ନୂଆ ପୋଲିସ କମିଶନର ହୋଇଛନ୍ତି ସଞ୍ଜୀବ ପଣ୍ଡା। କଟକ ଡିସିପି ହୋଇଛନ୍ତି କନଓ୍ବର ବିଶାଲ ସିଂ। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ହିମାଂଶୁ ଲାଲ୍ ହୋଇଛନ୍ତି ନୂଆ ଉତ୍ତରାଞ୍ଚଳ ଆଇଜି। ସନ୍ତୋଷ ବାଲାଙ୍କୁ ଓପିଏଚଡବ୍ଲୁ ସି ସିଏମଡି [...]
ओडिया समाचारଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କୌଶଳ ବିକାଶ ସଂଯୋଜକ ଓ ବ୍ଲକ ପ୍ରକଳ୍ପ ମ୍ୟାନେଜର
ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ଧରାପଡ଼ି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ କୌଶଳ ବିକାଶ ସଂଯୋଜକ ପ୍ରଦ୍ୟୁକ୍ତି ରଞ୍ଜନ ଭୂୟାଁ ଓ ବ୍ଲକ ପ୍ରକଳ୍ପ ପରିଚାଳକ ଲକ୍ଷ୍ମଣ ବିଶ୍ବାଳ । ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେମାନଙ୍କୁ ଧରିଛି ଭିଜିଲାନ୍ସ ଟିମ୍। ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ( ଜିପିଏଲଏଫ )ର ଜଣେ କର୍ମକର୍ତ୍ତାଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ସେମାନଙ୍କୁ ଧରିଛି ଭିଜିଲାନ୍ସ। ସଂପୃକ୍ତ ଜିପିଏଲଏଫ କର୍ମକର୍ତ୍ତାଙ୍କ ଜଣେ ସମ୍ପର୍କୀୟଙ୍କୁ ମାଷ୍ଟର ବୁକ୍ କିପର [...]
ଶିମିଳିପାଳରେ ହେବ କଳାବାଘ ସଫାରୀ

ओडिया समाचारଶିମିଳିପାଳରେ ହେବ କଳାବାଘ ସଫାରୀ
ଭୁବନେଶ୍ୱର – ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ କଳାବାଘର ସଫାରୀ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି। ମୟୂରଭଞ୍ଜର ଶିମିଳିପାଳ ଟାଇଗର ରିଜର୍ଭ ନିକଟରେ ଓଡ଼ିଶା ଏକ ସ୍ବତନ୍ତ୍ର ମେଲାନିଷ୍ଟିକ୍ ଟାଇଗର ସଫାରୀ ସ୍ଥାପନ କରିବାକୁ ଯାଉଛି ବୋଲି ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପର୍ଯ୍ୟଟକମାନେ ଳ ବର୍ତ୍ତମାନ କେବଳ ଓଡ଼ିଶାରେ ମିଳୁଥିବା ବିରଳ ପ୍ରଜାତିର କଳାବାଘର ଝଲକ ପାଇପାରିବେ। ଓଡ଼ିଶା ଜଙ୍ଗଲରେ ବିରଳ କଳାବାଘ ଅଛନ୍ତି ବୋଲି [...]
ओडिया समाचारଆଣ୍ଟିବାୟୋଟିକ ନେଇ କେନ୍ଦ୍ରର ନିର୍ଦ୍ଦେଶ ଅନୁପାଳନ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ
ଭୁବନେଶ୍ୱର – କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ନିର୍ଦ୍ଦେଶ କ୍ରମେ ପ୍ରେସକ୍ରିପସନ୍ରେ ଆଣ୍ଟିବାୟୋଟିକ୍ ଲେଖୁଥିଲେ ଡାକ୍ତର ମାନଙ୍କୁ କାରଣ ଦର୍ଶାଇବାକୁ ଚିଠି ଲେଖିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସବୁ ମେଡିକାଲ କଲେଜ ଅଧୀକ୍ଷକଙ୍କୁ ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ ଚିଠି ଲେଖି କେନ୍ଦ୍ରର ନିର୍ଦ୍ଦେଶ ଅନୁପାଳନ ପାଇଁ କହିଛନ୍ତି। ଆଣ୍ଟିବାୟୋଟିକ୍ ଲେଖୁଥିଲେ ଲକ୍ଷଣ, କାରଣ, ଯୌକ୍ତିକତା ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେଶରେ ଆଣ୍ଟିବାୟୋଟିକ୍ ଔଷଧର ଅପବ୍ୟବହାର ଓ ଅତ୍ୟଧିକ ବ୍ୟବହାର [...]
