ओडिया समाचारଲୋକକଳା ହେଉଛି ଗୋଟିଏ ଜାତିର ଅସ୍ମିତା: କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ୱର – ପାରମ୍ପରିକ ଲୋକକଳା ଓ ସଂସ୍କୃତି ହେଉଛି ଏକ ଜାତିର ଜୀବନ ଓ ଭବିଷ୍ୟତ । ସଚେତନତା ସୃଷ୍ଟି କରିବାରେ ଲୋକକଳା ଭଳି ପ୍ରଭାବୀ ମାଧ୍ୟମ ଅନ୍ୟ କୌଣସି ମାଧ୍ୟମରେ ନାହିଁ ବୋଲି ୫-‘ଟି’ ତଥା ‘ ଆମ ଓଡିଶା ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ବ୍ଲକ୍ ଓ ଜିଲ୍ଲା ଲୋକକଳା ସଂସ୍କୃତି ସଂଘ ପ୍ରତିନିଧିମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେଇ [...]
ओडिया समाचारଅପହୃତ ଜାହାଜରୁ ୧୫ ଭାରତୀୟଙ୍କ ସହ ସମସ୍ତ ଚାଳକ ଦଳ ସଦସ୍ୟଙ୍କୁ ଉଦ୍ଧାର କଲା ନୌସେନା
ମୋଗାଦିଶୁ: ସୋମାଲିଆ ଉପକୂଳରୁ ଅପହରଣ ହୋଇଥିବା ପଣ୍ୟବାହୀ ଜାହାଜ ‘ଏମଭି ଲୀଲା ନର୍ଫୋକ’ରେ ଥିବା ୧୫ ଜଣ ଭାରତୀୟଙ୍କ ସହ ଚାଳକ ଦଳର ସମସ୍ତ ୨୧ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଭାରତୀୟ ନୌସେନା । ଉଲ୍ଲେଖଯୋଗ୍ୟ ଯେ, ସୋମାଲିଆ ଉପକୂଳବର୍ତ୍ତୀ ଆରବ ସାଗରରେ ଲାଇବେରିଆର ପତାକା ଲାଗିଥିବା ଏକ ପଣ୍ୟବାହୀ ଜାହାଜକୁ ଗୁରୁବାର ସନ୍ଧ୍ୟାରେ ଅପହରଣ କରାଯାଇଥିଲା। ‘ଏମଭି ଲୀଲା ନର୍ଫୋକ୍’ ନାମକ ଏହି ଜାହାଜର ଚାଳକ ଦଳରେ ୧୫ ଜଣ ଭାରତୀୟ ଥିଲେ। ଅପହରଣ [...]
ओडिया समाचारଜୁନ୍ ୧ରୁ ଟି-୨୦ ବିଶ୍ୱକପ୍, ଜୁନ୍ ୯ରେ ଭାରତ-ପାକିସ୍ତାନ ମୁକାବିଲା
ଦୁବାଇ: ଆଇସିସି ଶୁକ୍ରବାର ଟି-୨୦ ବିଶ୍ୱକପ୍ ୨୦୨୪ର କାର୍ଯ୍ୟସୂଚୀ ଘୋଷଣା କରିଛି । ଏହି ଟି-୨୦ ବିଶ୍ୱକପ୍ ଜୁନ୍ ୧ରୁ ୨୯ ପର୍ଯ୍ୟନ୍ତ ଖେଳାଯିବ। ୱେଷ୍ଟଇଣ୍ଡିଜ୍ ଓ ଆମେରିକାର ୯ଟି ସହରରେ ଟୁର୍ଣ୍ଣାମେଣ୍ଟର ୫୫ଟି ମ୍ୟାଚ୍ ଖେଳାଯିବ । ଏଥର ମଧ୍ୟ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ଅଛନ୍ତି । ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ଵୀ ଗ୍ରୁପ୍ ଜୁନ୍ ୯ରେ ମୁହାଁମୁହିଁ ହେବେ। ଏହି ହାଇ ଭୋଲଟେଜ୍ ମ୍ୟାଚ୍ ନ୍ୟୁୟର୍କରେ ଖେଳାଯିବ । ପ୍ରଥମ ଥର [...]
ବିଭିନ୍ନ ଅପରାଧରେ ଜଡିତ ଚାରି ଅଭିଯୁକ୍ତଙ୍କୁ ଗିରଫ କଲା ଗୋଳନ୍ଥରା ପୋଲିସ, ବିପୁଳ ମାରଣାସ୍ତ୍ର ସହ ହରିଣ ସିଂଘ ଜବତ

ओडिया समाचारବିଭିନ୍ନ ଅପରାଧରେ ଜଡିତ ଚାରି ଅଭିଯୁକ୍ତଙ୍କୁ ଗିରଫ କଲା ଗୋଳନ୍ଥରା ପୋଲିସ, ବିପୁଳ ମାରଣାସ୍ତ୍ର ସହ ହରିଣ ସିଂଘ ଜବତ
ବ୍ରହ୍ମପୁର – ଜେଲରେ ଥିବା କୁଖ୍ୟାତ ଅପରାଧି କୁନା ବେହେରାର ଘନିଷ୍ଠ ସହଯୋଗୀ ପୂର୍ଣ୍ଣ ଗୌଡ଼ ଓରଫ ଚିଆନ ଓ ତାହାର ତିନି ସହଯୋଗୀଙ୍କୁ ଗିରଫ କରିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପୋଲିସ । ସେମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ଟାମଣା ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାରଣାସ୍ତ୍ର ସହ ଗତକାଲି ପୂର୍ଣ୍ଣ ଗୌଡ଼ ଓ ତାହାର ସହଯୋଗୀମାନଙ୍କ ଉପସ୍ଥିତି ସମ୍ପର୍କରେ ପୋଲିସକୁ ନିର୍ଭରଯୋଗ୍ୟ ସୂଚନା ମିଳିଥିଲା । ବ୍ରହ୍ମପୁର ସଦର ଏସଡିପିଓଙ୍କ [...]
ओडिया समाचारଅପହୃତ ଜାହାଜ ନିକଟରେ ପହଞ୍ଚିଲା ଭାରତୀୟ ନୌସେନା, ଜାହାଜକୁ ଛାଡ଼ିବାକୁ ଜଳଦସ୍ୟୁଙ୍କୁ ଚେତାବନୀ
ନୂଆଦିଲ୍ଲୀ:ସୋମାଲିଆ ନିକଟରେ ଅପହରଣ ହୋଇଥିବା ଜାହାଜ ନିକଟରେ ପହଞ୍ଚିଛି ଭାରତୀୟ ନୌସେନା ଯୁଦ୍ଧପୋତ ଆଇଏନ୍ଏସ୍ ଚେନ୍ନାଇ । ସୂଚନା ଅନୁଯାୟୀ ଅପହୃତ ଜାହାଜରେ ୧୫ ଜଣ ଭାରତୀୟ ଅଛନ୍ତି। ଜାହାଜର ଚାଳକ ଦଳର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି। ଭାରତୀୟ ନୌସେନାର ମେରାଇନ୍ କମାଣ୍ଡୋ ମାର୍କୋସ୍ ଜାହାଜକୁ ଛାଡ଼ିବାକୁ ଜଳଦସ୍ୟୁ ମାନଙ୍କୁ ଚେତାବନୀ ଦେଇଛି । ନହେଲେ ନୌସେନାର ମେରାଇନ୍ କମାଣ୍ଡୋ ‘ମାର୍କୋସ୍’ ଜଳଦସ୍ୟୁଙ୍କ ବିରୋଧରେ ଅପରେସନ୍ ପାଇଁ ମଧ୍ୟ ପ୍ରସ୍ତୁତ ରହିଛି । ‘ଏମଭି ଲୀଲା [...]
କେପଟାଉନରେ ବିଜୟ ସତ୍ତ୍ୱେ ଶୀର୍ଷ ମାନ୍ୟତା ହରାଇଲା ଭାରତ

ओडिया समाचारକେପଟାଉନରେ ବିଜୟ ସତ୍ତ୍ୱେ ଶୀର୍ଷ ମାନ୍ୟତା ହରାଇଲା ଭାରତ
ଦୁବାଇ: କେପଟାଉନରେ ୭ ୱିକେଟ୍ ବିଜୟ ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଡ୍ର କରିବା ସତ୍ତ୍ୱେ ଶୁକ୍ରବାର ଜାରି ସଦ୍ୟତମ ଆଇସିସି ଟେଷ୍ଟ ମାନ୍ୟତାରେ ଭାରତ ଶୀର୍ଷ ସ୍ଥାନରୁ ପଦଚ୍ୟୁତ ହୋଇଛି । ଭାରତକୁ ହଟାଇ ଅଷ୍ଟ୍ରେଲିଆ ଏକ ନମ୍ବର ଦଳ ହୋଇଛି । ନିଜ ମାଟିରେ ପାକିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଅପରାଜେୟ ଅଗ୍ରଣୀ ସହାୟତାରେ ଟେଷ୍ଟ ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିବାରେ ସଫଳ [...]
ओडिया समाचारରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩ କୋଟି ୩୨ ଲକ୍ଷରୁ ଅଧିକ, ଯୋଡ଼ି ହେଲେ ୧୨ ଲକ୍ଷରୁ ଅଧିକ ନୂଆ ଭୋଟର
ଭୁବନେଶ୍ବର – ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଭୋଟର ତାଲିକାରେ ସଂକ୍ଷିପ୍ତ ସଂଶୋଧନ ପରେ ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ରେ ପହଞ୍ଚିଛି । ତାଲିକାରେ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ସେଥିରୁ ଯୁବ ଭୋଟରଙ୍କ ସଂଖ୍ୟା ୪ ଲକ୍ଷ ୭୬ ହଜାର ୯୬୯ ହୋଇଛି। ତାଲିକାରୁ ୭ ଲକ୍ଷ ୧୬ ହଜାର ଭୋଟରଙ୍କୁ ବାଦ୍ [...]
ओडिया समाचारକନ୍ଧମାଳ-ବୌଦ୍ଧ ସୀମାବର୍ତ୍ତୀ ଜଙ୍ଗଲରେ ଆଇଇଡି ବିସ୍ଫୋରଣ, ୩ ଏସ୍ଓଜି ଜବାନ ଆହତ
ଫୁଲବାଣୀ: କନ୍ଧମାଳ ସୀମାବର୍ତ୍ତୀ ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ତଥା ଶଗଡା ଫାଣ୍ଡି ଅନ୍ତର୍ଗତ ବାତେପଙ୍ଗା ଜଙ୍ଗଲରେ ମାଓ ହିଂସାକାଣ୍ଡ। ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ଉକ୍ତ ଜଙ୍ଗଲକୁ କୁମ୍ବିଂ ଅପରେସନ୍ ନିମନ୍ତେ ଯାଇଥିବା ଏସ୍ଓଜି ବାହିନୀର ୩ ଜଣ ଜବାନ ଆହତ ହୋଇଛନ୍ତି। ଏହି ଜଙ୍ଗଲ କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ସୀମାକୁ ଲାଗି ରହିଛି। ଏସଓଜି ବାହିନୀ ଏଠାରେ ମାଓବାଦୀଙ୍କୁ ଧରିବା ଲାଗି ଅଭିଯାନ ଚଳାଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ମାଓବାଦୀମାନେ ପୂର୍ବରୁ ଏସ୍ଓଜି [...]
ओडिया समाचारଅଯୋଧ୍ୟା ବିମାନବନ୍ଦରର ନାମ ‘ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦର, ଅଯୋଧ୍ୟାଧାମ’ ରଖିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
ନୂଆଦିଲ୍ଲୀ: ଅଯୋଧ୍ୟା ବିମାନବନ୍ଦରକୁ ‘ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦର, ଅଯୋଧ୍ୟାଧାମ’ ନାମରେ ନାମିତ କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଶୁକ୍ରବାର ମଞ୍ଜୁରି ପ୍ରଦାନ କରିଛି। ଏହାଛଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବିମାନବନ୍ଦରକୁ ଅନ୍ତର୍ଜାତୀୟ ବିମାନବନ୍ଦର ଭାବରେ ଘୋଷଣା କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର ୩୦ରେ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟା ବିମାନବନ୍ଦରର ଉଦଘାଟନ କରିଥିଲେ। ଏକ ଆନୁଷ୍ଠାନିକ ବିଜ୍ଞପ୍ତିରେ କୁହାଯାଇଛି, ବିମାନବନ୍ଦରର ନାମକରଣ ‘ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ବିମାନବନ୍ଦର, ଅଯୋଧ୍ୟାଧାମ’ କରିବା [...]
ओडिया समाचारଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଓ ଲୋକାର୍ପଣ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ
ପୁରୀ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ଆଉ ମାତ୍ର ଦିନ କେଇଟା ବାକି । ଭବ୍ୟ ଲୋକାର୍ପଣ କାର୍ଯ୍ୟକ୍ରମ ପାଇଁ ଚାଲିଛି ପ୍ରସ୍ତୁତି । ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହି ଭବ୍ୟ ସମାରୋହରେ ସାମିଲ ହେବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ସାଧୁ ସନ୍ଥ, ଶ୍ରଦ୍ଧାଳୁ ପୁରୀ [...]
