ओडिया समाचारସାଇବର ଅପରାଧ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସର ନୂଆ ମାଷ୍ଟର ପ୍ଲାନ୍
ଭୁବନେଶ୍ୱର – ସାଇବର ଅପରାଧର ମୁକାବିଲା ପାଇଁ କମିଶନରେଟ ପୋଲିସର ନୂଆ ମାଷ୍ଟର ପ୍ଲାନ। ଏଣିକି ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ସହ ପବ୍ଲିକ ଭଲ୍ୟୁଣ୍ଟିଅର ବି କାମ କରିବେ । ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବିଭିନ୍ନ ସଫ୍ଟୱେୟର କମ୍ପାନୀର ୨୫ ଜଣ ସାଇବର ଏକ୍ସପର୍ଟ କମିଶନରେଟ ପୋଲିସ ସହ ଯୋଡି ହୋଇଛନ୍ତି । ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ଆଗାମୀ ନିର୍ବାଚନ ବେଳେ ସୋସିଆଲ [...]
କଥା ଦେଇଥିଲେ, ପାଳନ କଲେ : ଭୁବନେଶ୍ୱର ମେଟ୍ରୋ ରେଳ ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

ओडिया समाचारକଥା ଦେଇଥିଲେ, ପାଳନ କଲେ : ଭୁବନେଶ୍ୱର ମେଟ୍ରୋ ରେଳ ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ପରିବହନ କ୍ଷେତ୍ରରେ ଆରମ୍ଭ ହେବ ନୂଆ ଯୁଗ ।ଫୋକସ କମ୍ ସମୟ, କମ୍ ଖର୍ଚ୍ଚରେ ସୁରକ୍ଷିତ ଯାତ୍ରା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ମେଟ୍ରୋ ରେଳର ପ୍ରଥମ ପର୍ଯ୍ୟାୟ ପାଇଁ ଭିତ୍ତି ସ୍ଥାପନ କରିଛନ୍ତି। ଏହି ଅବସରରେ ବାରଙ୍ଗ ରତାଗଡଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଦିନଟି ରାଜ୍ୟର ବିକାଶ ଇତିହାସରେ ଏକ ସ୍ୱତନ୍ତ୍ର ଦିବସ ହୋଇ ରହିବ। ପରିବହନ କ୍ଷେତ୍ରରେ ଆସିବ ବଡ [...]
ଆଇଆଇଟି ବିଏଚୟୁ ଗଣବଳାତ୍କାର ମାମଲା: ଗିରଫ ତିନି ଅଭିଯୁକ୍ତ ବିଜେପି ଆଇଟି ସେଲର ସଦସ୍ୟ, ଭାଇରାଲ୍ ହେଉଛି ଫଟୋ

ओडिया समाचारଆଇଆଇଟି ବିଏଚୟୁ ଗଣବଳାତ୍କାର ମାମଲା: ଗିରଫ ତିନି ଅଭିଯୁକ୍ତ ବିଜେପି ଆଇଟି ସେଲର ସଦସ୍ୟ, ଭାଇରାଲ୍ ହେଉଛି ଫଟୋ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରାଣାସୀ ସହରରେ ଥିବା ଆଇଆଇଟି-ବିଏଚୟୁ କ୍ୟାମ୍ପସରେ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣାର ପ୍ରାୟ ଦୁଇ ମାସ ପରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କ ଏବେ ବିଜେପି ଲିଙ୍କ୍ ସାମ୍ନାକୁ ଆସିଛି । ଏହାକୁ ଅସ୍ତ୍ର କରି ବିଜେପି ଉପରେ ଆକ୍ରମଣ ଜୋରଦାର କରିଛନ୍ତିି ବିରୋଧୀ । ପୋଲିସ ସୂଚନା ମୁତାବକ ଗିରଫ ଅଭିଯୁକ୍ତମାନେ ହେଲେ କୁନାଲ ପାଣ୍ଡେ, ଆନନ୍ଦ ଚୌହାନ ଏବଂ ସକ୍ଷମ ପଟେଲ । ଏମାନେ ସବୁ [...]
ओडिया समाचारସ୍ୱାମୀଙ୍କ ମୃତ୍ୟୁ ସହି ନପାରି ଦିନକ ପରେ ଜୀବନ ହାରିଲେ ସ୍ତ୍ରୀ
ଖୋର୍ଦ୍ଧା – ସ୍ୱାମୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ସ୍ତ୍ରୀଙ୍କ ଆତ୍ମହତ୍ୟା। ଖୋର୍ଦ୍ଧା ଜିଲ୍ଲା ଜଟଣୀ ହରିରାଜପୁର ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା। ସୂଚନାଯୋଗ୍ୟ ଯେ, ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ଏସିରେ ଗ୍ୟାସ ଫିଲିଙ୍ଗ କରାଯାଉଥିବାବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ଆହତ ହୋଇଥିବା ୪ ଜଣ କର୍ମଚାରୀଙ୍କ ମଧ୍ୟରୁ ଜଟଣୀ ଅଂଚଳର ଦିଲୀପ ସାମନ୍ତରାୟଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା। ବ୍ୟବଚ୍ଛେଦ ପରେ ଦିଲୀପଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ସ୍ୱାମୀ [...]
ओडिया समाचारନବୀନଙ୍କ ନୂଆବର୍ଷ ଭେଟି: ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ରାଜ୍ୟବାସୀଙ୍କୁ ନୂଆବର୍ଷ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବହୁଦିନର ସ୍ୱପ୍ନ ସାକାର ହେବ । ଆଜି ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ ବାରଙ୍ଗ ରତାଗଡ ଲେଙ୍କା ସାହିରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ ପୂର୍ବରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ରୋଡ୍ [...]
ହଟିଲା ବହିଷ୍କାର ଆଦେଶ, ବିଜେଡିକୁ ଫେରିଲେ ଦାମ ରାଉତ

ओडिया समाचारହଟିଲା ବହିଷ୍କାର ଆଦେଶ, ବିଜେଡିକୁ ଫେରିଲେ ଦାମ ରାଉତ
ଭୁବନେଶ୍ୱର – ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଉପରୁ ଦଳରୁ ବହିଷ୍କାର ଆଦେଶ ହଟାଇ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦଳବିରୋଧୀ କାର୍ଯ୍ୟ ଅଭିଯୋଗର ଦାମ ରାଉତଙ୍କୁ ୨୦୧୮ରେ ବିଜେଡିରୁ ବହିଷ୍କାର କରାଯାଇଥିଲା । ବିଜେଡିରୁ ବହିଷ୍କୃତ ହେଲା ପରେ ସେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ଦାମ ରାଉତ ବିଜେପି ଟିକେଟରେ ବାଲିକୁଦା-ଏରସମା ଆସନରୁ ଲଢ଼ି ହାରି ଯାଇଥିଲେ। ସେହି ବର୍ଷ ଅକ୍ଟୋବର ମାସରେ [...]
ଦିନିକିଆ କ୍ରିକେଟରୁ ଓ୍ବାର୍ଣ୍ଣରଙ୍କ ଅବସର

ओडिया समाचारଦିନିକିଆ କ୍ରିକେଟରୁ ଓ୍ବାର୍ଣ୍ଣରଙ୍କ ଅବସର
ସିଡନୀ: ନୂଆ ବର୍ଷର ପ୍ରଥମ ଦିନରେ ଅଷ୍ଟ୍ରେଲୀୟ ବ୍ୟାଟର ଡେଭିଡ୍ ୱାର୍ଣ୍ଣର ଏକ ସରପ୍ରାଇଜ୍ ଘୋଷଣା କରି ପ୍ରଶଂସକ ମାନଙ୍କୁ ଚକିତ କରିଛନ୍ତିି । ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଓ୍ବାର୍ଣ୍ଣର । ଏହି ଅଭିଜ୍ଞ ବାମହାତୀ ବ୍ୟାଟ୍ସମ୍ୟାନ୍ ସମ୍ମାନଜନକ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (ଏସସିଜି) ରେ ପାକିସ୍ତାନ ବିପକ୍ଷରେ କ୍ୟାରିୟରର ବିଦାୟୀ ଟେଷ୍ଟ ମ୍ୟାଚର ଦୁଇ ଦିନ ପୂର୍ବରୁ ଏହି ଘୋଷଣା କରିଛନ୍ତି। ୩୭ ବର୍ଷୀୟ ୱାର୍ଣ୍ଣର ବିଶ୍ୱକପ ୨୦୨୩ ପରେ ୫୦ ଓଭର [...]
ओडिया समाचारନୂଆବର୍ଷରେ ଇସ୍ରୋର ନୂଆ ମିଶନ: ବ୍ଲାକହୋଲ ରହସ୍ୟର ଅଧ୍ୟୟନ ପାଇଁ ‘ଏକ୍ସପୋସାଟ୍’ର ସଫଳ ଉତକ୍ଷେପଣ
ଶ୍ରୀହରିକୋଟା: ନୂଆବର୍ଷରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ନୂଆ ମିଶନର ଶୁଭାରମ୍ଭ କରିଛି । ୨୦୨୪ ବର୍ଷର ପ୍ରଥମ ଦିନରେ ଏକ୍ସ-ରେ ପୋଲାରିମିଟର ସାଟେଲାଇଟ୍ (ଏକ୍ସପୋସାଟ୍)ର ସଫଳ ଉତକ୍ଷେପଣ କରିଛି ଇସ୍ରୋ । ଶ୍ରୀହରିକୋଟାର ସତୀଶ ଧାଓ୍ବନ ମହାକାଶ ଯାନ କେନ୍ଦ୍ରର ପ୍ରଥମ ଲଞ୍ଚ ପ୍ୟାଡରୁ ଏହି ସାଟେଲାଇଟ୍ ଉତକ୍ଷେପଣ କରାଯାଇଛି । ଏହି ଉପଗ୍ରହ ବ୍ଲାକ୍ ହୋଲ୍, ଗ୍ୟାଲେକ୍ସି ଏବଂ ସୁପରନୋଭା ରେଡିଏସନ୍ ଆଦି ରହସ୍ୟର ଅଧ୍ୟୟନ କରିବ | ଏହି ସଫଳ ଉତକ୍ଷେପଣ [...]
ओडिया समाचारନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆସିଛି ନୂଆବର୍ଷ ୨୦୨୪ । ନୂଆ ଆଶା ଓ ଆକାଂକ୍ଷା ନେଇ ସମସ୍ତେ ନୂଆବର୍ଷକୁ ସ୍ୱାଗତ କରୁଛନ୍ତି। ନୂଆବର୍ଷରେ ନେଇଛନ୍ତି ନୂଆ ସଂକଳ୍ପ। ଇଂରାଜୀ ନବବର୍ଷ ୨୦୨୪ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ओडिया समाचारନୂଆବର୍ଷରେ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା, ନୂଆ ନିୟମ କାର୍ଯ୍ୟକାରୀ
ପୁରୀ – ନୂଆବର୍ଷରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ନୂଆ ବ୍ୟବସ୍ଥା ଓ ନୂଆ ନିୟମ କାର୍ଯ୍ୟକାରୀ ହୋଇଛି। ପ୍ରଥମଥର ପାଇଁ ବଡଦାଣ୍ଡରେ ନିର୍ମିତ ହୋଇଥିବା ଶୀତତାପ ନିୟନ୍ତ୍ରିତ ସେଡ୍ ଦେଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବେ । ସେଡ୍ ରବିବାର ରାତିରୁ କାର୍ଯ୍ୟକ୍ଷମ ହୋଇଛି । ମରୀଚିକୋଟ ଛକରୁ ଫ୍ୟାବ୍ରିକ ଷ୍ଟ୍ରକଚରରେ ତିଆରି ହୋଇଥିବା ସେଡ୍ ଦେଇ ଭକ୍ତମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚିବେ । ସେଠାରୁ ସାନଛତା ମଠ ଦେଇ ବଡ଼ ଆଖଡ଼ା ମଠ [...]
