ओडिया समाचारମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ରାଜ୍ୟସ୍ତରୀୟ ଷଷ୍ଠ ବ୍ରଡବ୍ୟାଣ୍ଡ୍ କମିଟି ବୈଠକ
ଭୁବନେଶ୍ବର – ରାଜ୍ୟସ୍ତରୀୟ ଷଷ୍ଠ ବ୍ରଡବ୍ୟାଣ୍ଡ୍ କମିଟି ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଦୂର ସଂଚାର ବିଭାଗ (ଡିଓଟି) ତରଫରୁ ଜାତୀୟ ବ୍ରଡବ୍ୟାଣ୍ଡ ମିଶନରେ ବାର୍ଷିକ କାର୍ଯ୍ୟକାରିତା ଯୋଜନା ଦାଖଲ କରାଯାଇଥିଲା । ବୈଠକରେ ରାଜ୍ୟ ଅର୍ଥ, ଶକ୍ତି ତଥା ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପଞ୍ଚାୟତିରାଜ ଓ [...]
ରଥଯାତ୍ରା ପାଇଁ ତିନିରଥର ନିର୍ମାଣ କାର୍ଯ୍ୟରେ ଅଗ୍ରଗତି

ओडिया समाचारରଥଯାତ୍ରା ପାଇଁ ତିନିରଥର ନିର୍ମାଣ କାର୍ଯ୍ୟରେ ଅଗ୍ରଗତି
ପୁରୀ – ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ଅଳ୍ପ ଦିନ ଥିବା ବେଳେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ମଙ୍ଗଳବାର ତିନି ରଥରେ ମୂଳ କଇଞ୍ଚି ପଡ଼ି ତିନି ରଥକୁ ବଡଧରା ପୋଟଳ ଉଠିଛି । ପୂର୍ବାହ୍ନରେ ତିନିରଥ ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହୋଯୋଗରେ ବଡଧରା ପୋଟଳ ତିନି ରଥର ତୃତୀୟ ଭୂଇଁ ଉପରେ ସେଟିଙ୍ଗ କରାଯାଇଛି। ଏହି ପୋଟଳ ୧୩ ପରସ୍ତ ବିଶିଷ୍ଟ ହୋଇଥାଏ । ଏହା ରଥର [...]
ଡକୱର୍ଥ-ଲୁଇସ୍ ନିୟମର ଜନକ ଫ୍ରାଙ୍କ ଡକୱର୍ଥଙ୍କର ପରଲୋକ

ओडिया समाचारଡକୱର୍ଥ-ଲୁଇସ୍ ନିୟମର ଜନକ ଫ୍ରାଙ୍କ ଡକୱର୍ଥଙ୍କର ପରଲୋକ
ନୂଆଦିଲ୍ଲୀ: ଇଂଲଣ୍ଡର ପରିସଂଖ୍ୟାନ ବିଶେଷଜ୍ଞ ତଥା ଡକ୍ଓ୍ବର୍ଥ-ଲୁଇସ୍-ଷ୍ଟର୍ନ (ଡିଏଲ୍ଏସ୍) ନିୟମର ଅନ୍ୟତମ ସୃଷ୍ଟିକର୍ତ୍ତା ଫ୍ରାଙ୍କ ଡକୱର୍ଥଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ଜୁନ୍ ୨୧ରେ ଡକ୍ଓ୍ବର୍ଥଙ୍କ ମୃତ୍ୟୁ ହୋଇଛି। ଡକୱର୍ଥ ଏବଂ ତାଙ୍କ ସହଯୋଗୀ ପରିସଂଖ୍ୟାନ ବିଶେଷଜ୍ଞ ଟନି ଲୁଇସ୍ ଡକୱର୍ଥ – ଲୁଇସ୍ ପଦ୍ଧତି ପ୍ରସ୍ତୁତ କରିଥିଲେ। ବର୍ଷା ପ୍ରଭାବିତ କ୍ରିକେଟ୍ ମ୍ୟାଚ୍ ଗୁଡ଼ିକର ଫଳାଫଳ ବାହାର କରିବାକୁ ଏହି ନିୟମର ସହାୟତା ନିଆଯାଏ । ଅନ୍ତର୍ଜାତୀୟ କ୍ରିକେଟରେ [...]
ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ , ଲୋକାଭିମୁଖୀ ବଜେଟ୍ ପାଇଁ ପରାମର୍ଶ

ओडिया समाचारଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ , ଲୋକାଭିମୁଖୀ ବଜେଟ୍ ପାଇଁ ପରାମର୍ଶ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟ ସମୀକ୍ଷା କରି ଏକ ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ନୂଆ ସରକାରଙ୍କ ଉପରେ ଜନ ସାଧାରଣଙ୍କ ବହୁତ ଆଶା ଆକାଂକ୍ଷା ଅଛି ବୋଲି ସେ ମତ ଦେବା ସହିତ ରାଜ୍ୟ ଯୋଜନା ବଜେଟରେ ଏହା ପ୍ରତିଫଳିତ ହେବା ଆବଶ୍ୟକ ବୋଲି ସେ କହିଥିଲେ। ଯୋଜନାଗୁଡିକ ଯେପରି ତୃଣମୂଳ ସ୍ତରରେ ଠିକ୍ ଭାବରେ ପହଞ୍ଚିବ ଓ ଲୋକ ଏହାର [...]
ओडिया समाचारଟି-୨୦ ବିଶ୍ୱକପରୁ ଅଷ୍ଟ୍ରେଲିଆ ବିଦା, ପ୍ରଥମ ଥର ସେମିରେ ଆଫଗାନିସ୍ତାନ
କିଙ୍ଗ୍ସଟାଉନ: ରସିଦ ଖାନଙ୍କ ନେତୃତ୍ଵାଧୀନ ଆଫଗାନିସ୍ତାନ ଟିମ୍ ପ୍ରଥମ ଥର ଟି-୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ସୁପର ୮ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ୮ ରନର (ଡିଏଲ୍ ପଦ୍ଧତି) ରୋମାଞ୍ଚକ ବିଜୟ ସହ ଆଫଗାନିସ୍ତାନ ସେମିଫାଇନାଲରେ ପହଞ୍ଚିଛି । କୌଣସି ବିଶ୍ବକପ (ଦିନିକିଆ ଓ ଟି-୨୦)ରେ ପ୍ରଥମ ଥର ସେମିକୁ ଉନ୍ନୀତ ହୋଇଛି ଆଫଗାନିସ୍ତାନ। ବାଂଲାଦେଶର ପରାଜୟ ସହ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି। ପ୍ରଥମେ ଆଫଗାନିସ୍ତାନ ଓ ଗତକାଲି ଭାରତ [...]
ଅଷ୍ଟ୍ରେଲିଆକୁ ହରାଇ ସେମିରେ ଭାରତ

ओडिया समाचारଅଷ୍ଟ୍ରେଲିଆକୁ ହରାଇ ସେମିରେ ଭାରତ
ସେଣ୍ଟ ଲୁସିଆ: ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ୍ ଓ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ସହାୟତାରେ ଭାରତ ସୋମବାର ନିଜ ଶେଷ ସୁପର-୮ ମ୍ୟାଚରେ ଅଷ୍ଟ୍ରେଲିଆକୁ ୨୪ ରନରେ ପରାସ୍ତ କରିଛି। ଏଥିସହ ଭାରତ ଅପରାଜେୟ ରହି ସେମିଫାଇନାଲରେ ପ୍ରବେଶ କରିଛି। ଗତ ସଂସ୍କରଣ (୨୦୨୨) ଭଳି ସେମିଫାଇନାଲରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ଭେଟିବ । ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ୍ ହରାଇ ୨୦୫ [...]
ଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ

ओडिया समाचारଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ପୁଲକି ସପ୍ରେମ ପରସପର କହହୀଂ । ଭରତ ଆଗମନୁ ସୂଚକ ଅହହୀଂ ॥ ଭଏ ବହୁତ ଦିନ ଅତି ଅବସେରୀ । ସଗୁନ ପ୍ରତୀତି ଭେଁଟ ପ୍ରିୟ କେରୀ ॥ ଭାବାର୍ଥ :- ପ୍ରଭୁ ଶ୍ରୀରାମଚନ୍ଦ୍ର ଓ ମାତା ସୀତା ଆନନ୍ଦ ମନରେ ସପ୍ରେମ ପରସ୍ପରକୁ କହିଲେ କି ଶରୀରରେ ଏପରି ପୁଲକ ଅନୁଭବ ହେବା ଅର୍ଥ ଭରତ ଫେରି ଆସିବାର ପୂର୍ବ ସୂଚନା ପରି ଲାଗୁଛି । ତାଙ୍କୁ ମାମୁଙ୍କ [...]
ओडिया समाचारଗୀତା ଉପଦେଶ:- ଶାରୀରିକ କର୍ମରେ ସଂଯମ ରକ୍ଷା କରି ଏବଂ ଯୋଗ ଅଭ୍ୟାସ ଦ୍ୱାରା ଦୁଃଖକୁ ଦୂର କରି ପାରିବା
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜୀବନରେ ସନ୍ତୁଳନ ରକ୍ଷା କରିବା କୁ ଯାଇ କହୁଛନ୍ତି – ଯୁକ୍ତାହାରବିହାରସ୍ୟ ଯୁକ୍ତଚେଷ୍ଟସ୍ୟ କର୍ମସୁ । ଯୁକ୍ତସ୍ୱପ୍ନାବବୋଧସ୍ୟ ଯୋଗୋ ଭବତି ଦୁଃଖହା। ଅର୍ଥାତ ଯେଉଁମାନେ ଆହାର ବିହାରରେ ସଂଯମ ରକ୍ଷା କରନ୍ତି, ପରିଶ୍ରମ ଏବଂ ନିଦ୍ରାରେ ସନ୍ତୁଳନ ରକ୍ଷା କରନ୍ତି, ସେମାନେ ଯୋଗାଭ୍ୟାସ ଦ୍ୱାରା ନିଜର ସମସ୍ତ ଦୁଃଖ ଲାଘବ କରିପାରନ୍ତି। ଆତ୍ମାର ପରମାତ୍ମାଙ୍କ ସହିତ ମିଳନ ଯୋଗ ଅଟେ । ଏହାର ବିପରୀତ ଭୋଗ ଅଟେ, ଯାହାର ଅର୍ଥ ଇନ୍ଦ୍ରିୟ ସୁଖରେ [...]
ओडिया समाचारରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡାନ୍ତ: ଦିନ ଗୋଟାଏ ୧୦ରେ ପହଣ୍ଡି, ଅପରାହ୍ନ ୫ଟାରେ ରଥ ଟଣା
ପୁରୀ – ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ଏ ବର୍ଷ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ୧୯୭୧ ମସିହାରେ ହୋଇଥିବା ନୀତିକାନ୍ତି ଅନୁଯାୟୀ ମହାପ୍ରଭୁଙ୍କ ଘୋଷଯାତ୍ରା ହେବା ପାଇଁ ସ୍ଥିର ହୋଇଛି। ନିଳାଦ୍ରୀ ଭକ୍ତ ନିବାସଠାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ଆସନ୍ତାମାସ ୭ ତାରିଖରେ ରଥଯାତ୍ରା ହେବ। ରାତି ୨ଟାରେ ମଙ୍ଗଳ ଆଳତୀ ପରେ ବିଭିନ୍ନ ନୀତିକାନ୍ତି [...]
ओडिया समाचारଗଞ୍ଜାମ ଜିଲ୍ଲାରେ ୩୧ % କମ୍ ବର୍ଷା, ତଥାପି ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଚୂଡ଼ାନ୍ତ
ଛତ୍ରପୁର: ଗତବର୍ଷ ତୁଳନାରେ ଗଞ୍ଜାମ ଜିଲ୍ଲାରେ ଚଳିତ ଥର ଏଯାବତ୍ ଶତକଡ଼ା ୩୧ ଭାଗ କମ୍ ବର୍ଷା ହୋଇଛି। ଆସନ୍ତା ଦିନରେ ବର୍ଷା ବୃଦ୍ଧି ପାଇବା ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସକାଶେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିଛି। ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକରେ ଏହି ଆଲୋଚନା ହୋଇଛି। ଜିଲ୍ଲାର ପ୍ରତି ବ୍ଲକରେ ରାପିଡ୍ ରେସପନ୍ସ ଟିମ୍ ସଜାଗ ରହିଛି। ସମସ୍ତ ଜରୁରୀକାଳୀନ ବିଭାଗ [...]
