ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଅନନ୍ତନାଗ ଏନକାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ଅଶରଫ ସହ ତିନି ଆତଙ୍କବାଦୀ ନିହତ

ଶ୍ରୀନଗର: ଦକ୍ଷିଣ କାଶ୍ମୀରରେ ହୋଇଥିବା ଅପରେସନରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ଏହି ଅପରେସନରେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ଅଶରଫ ମୌଲବୀ ନିହତ ହୋଇଛି । ଆଶରଫ ମୌଲବୀର ମୃତ୍ୟୁ ଉପତ୍ୟକାରେ ସୁରକ୍ଷା ବାହିନୀ ଦ୍ଵାରା ଆତଙ୍କବାଦୀ ବିରୋଧୀ ଅପରେସନରେ ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମର ବାଟକୋଟ ଅଞ୍ଚଳରେ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ମୌଲବୀର ଅନ୍ୟ ଦୁଇ ସହଯୋଗୀ ମଧ୍ୟ ନିପାତ ହୋଇଛନ୍ତି।

କାଶ୍ମୀରର ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର ଏହି ଖବରକୁ ସ୍ପଷ୍ଟ କରି କହିଛନ୍ତି ଯେ ପହଲଗାମରେ ଅଶରଫ ମୌଲବୀ ସମେତ ଅନ୍ୟ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଶରଫ ମୌଲବୀ କାଶ୍ମୀରରେ ହିଜବୁଲର କମାଣ୍ଡର ଥିଲା। ରିୟାଜ ନାଇକୋର ମୃତ୍ୟୁ ପରେ ୬ ମଇ ୨୦୨୦ ରେ ମୃତ୍ୟୁ ପରେ ସେ କାଶ୍ମୀର ଉପତ୍ୟକାରେ ହିଜବୁଲ କମାଣ୍ଡର ହୋଇଥିଲା।

ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଟେଙ୍ଗପାୱା କୋକରାନାଗ ଅଞ୍ଚଳର ମହମ୍ମଦ ଅଶରଫ ଖାନ ଓରଫ୍ ଆଶ୍ରାଫ ମୌଲବୀ ୨୦୧୩ରେ ହିଜବୁଲରେ ଯୋଗ ଦେଇଥିଲା ଏବଂ ଖୁବ୍ ଶୀଘ୍ର ସେନାର ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ସାମିଲ ହୋଇଥିଲା । ପୋଲିସର ସୂଚନାନୁସାରେ, ସେ ସ୍ଥାନୀୟ ନାଗରିକଙ୍କୁ ପ୍ରଲୋଭନ ଦେଖାଇ ହିଜବୁଲରେ ଭର୍ତ୍ତି କରୁଥିଲା।

Comments are closed.