ଚର୍ଚ୍ଚିତ ଆଇଏଏସ୍ ଅଫିସର ପୂଜା ସିଙ୍ଘଲ ଗିରଫ

ରାଞ୍ଚି: ମନରେଗା ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ଚର୍ଚ୍ଚିତ ଆଇଏଏସ୍ ଅଫିସର ପୂଜା ସିଙ୍ଘଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ମଙ୍ଗଳବାର ପୂଜା ସିଙ୍ଘଲଙ୍କୁ ୯ ଘଣ୍ଟାରୁ ଅଧିକ ସମୟ ଜେରା କରିବା ପରେ ଗିରଫ କରିଛି ଇଡି । ପୂଜା ସିଙ୍ଘଲଙ୍କ ସହ ତାଙ୍କ ସ୍ୱାମୀ ଅଭିଷେକ ଝା ଏବଂ ସି.ଏ. ସୁମନ କୁମାରଙ୍କୁ ମଧ୍ୟ ଇଡି ପଚରାଉଚରା କରିଥିଲା । ତାଙ୍କ ଘରୁ ମିଳିଥିବା ପୁଳା ପୁଳା ଟଙ୍କା ସମ୍ପର୍କରେ ପୂଜା ସିଙ୍ଘଲ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ |

ପୂଜା ସିଙ୍ଘଲଙ୍କ ସିଏ ସୁମନ କୁମାରଙ୍କୁ ମଧ୍ୟ ଇଡି ଗିରଫ କରିଛି। ବୁଧବାର (ମଇ ୧୨) ଉଭୟଙ୍କୁ କୋର୍ଟରେ ହାଜର କରାଯିବ ।

ନିକଟରେ ଇଡି ପୂଜା ସିଙ୍ଘଲଙ୍କ ବାସଭବନ ଓ କାର୍ଯ୍ୟାଳୟ ସହ ରାଞ୍ଚିରେ ତାଙ୍କ ନିକଟ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ସମୟରେ ଇଡି ୧୯ କୋଟିରୁ ଅଧିକ ନଗଦ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଦଲିଲ ପାଇଥିଲା। ଏହି ପ୍ରସଙ୍ଗରେ ଇଡି ତଦନ୍ତ ଜାରି ରଖିଛି ।

Comments are closed.