ରୁଷ-ୟୁକ୍ରେନ ମାମଲାରେ ମାର୍ଚ୍ଚ ୭-୮ରେ ଅନ୍ତର୍ଜାତୀୟ କୋର୍ଟରେ ଶୁଣାଣି, ରୁଷରେ ନିଜର ସବୁ ଉତ୍ପାଦ ବିକ୍ରି ବନ୍ଦ କଲା ଆପଲ୍

ଆମଷ୍ଟରଡାମ୍: ରୁଷ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି। ମଙ୍ଗଳବାର ରୁଷ କିଭ୍ ରେ ଥିବା ଟିଭି ଟାୱାରକୁ ଟାର୍ଗେଟ କରିଛି । ଏଥିରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଅନ୍ୟପଟେ ରୁଷ୍ ଉପରେ କଟକଣା ଧାରା ଜାରି ରହିଛି । ୟୁରୋପୀୟ ସଂଘ ରୁଷ ଉପରେ କଟକଣା ଲଗାଇଛି। ୟୁରୋପୀୟ ସଂଘ ରୁଷର ସ୍ଥାନୀୟ ମିଡିଆ ସ୍ପୁଟ୍ନିକ୍ ଉପରେ ପ୍ରତିବନ୍ଧକ ଲଗାଇଛି | ଏହାଛଡ଼ା ଆପଲ୍ ରୁଷରେ ଏହାର ସମସ୍ତ ଉତ୍ପାଦ ବିକ୍ରୟ ବନ୍ଦ କରି ଦେଇଛି। ସେପଟେ ଅନ୍ତର୍ଜାତୀୟ କୋର୍ଟ (ଆଇସିଜେ) ମାର୍ଚ୍ଚ ୭-୮ ରେ ରୁଷ-ୟୁକ୍ରେନ ମାମଲାର ଶୁଣାଣି କରିବ ବୋଲି ଜଣାପଡିଛି ।

ରୁଷ ୟୁକ୍ରେନ ମାମଲାର ଶୁଣାଣି ୭-୮ ମାର୍ଚ୍ଚରେ ହେବ ବୋଲି କୋର୍ଟ କହିଛନ୍ତି। ରୁଷ ବିରୋଧରେ ୟୁକ୍ରେନ ଫେବୃଆରୀ ୨୭ରେ ଆଇସିଜେର ଦ୍ବାରସ୍ଥ ହୋଇଥିଲା। ନରସଂହାର ରୋକିବା ପାଇଁ ରୁଷର ଦାବି ମିଥ୍ୟା ବୋଲି ୟୁକ୍ରେନ କହିଥିଲା। ୟୁକ୍ରେନକୁ ସୁରକ୍ଷା ଦେବା ପାଇଁ ଜରୁରୀ ପଦକ୍ଷେପ ନେବାକୁ ରୁଷକୁ ନୋଟିସ ପଠାଯାଇଛି ବୋଲି ଜାତିସଂଘ କୋର୍ଟ କହିଛନ୍ତି।

ରୁଷର ୟୁକ୍ରେନ ଉପରେ ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶଗୁଡିକ ପ୍ରତିବନ୍ଧକ ଲଗାଇବା ଜାରି ରଖିଛନ୍ତି। ରୁଷ୍ ବିମାନ ପାଇଁ କାନାଡା ପୂର୍ବରୁ ନିଜ ଆକାଶ ସୀମା ବନ୍ଦ କରିସାରିଛି। ଏବେ ବନ୍ଦର ଗୁଡ଼ିକରେ ମଧ୍ୟ ରୁଷୀୟ ଜାହାଜ ଉପରେ ମଧ୍ୟ କଟକଣା ଲଗାଯାଇଛି। ଆମେରିକା ମଧ୍ୟ ରୁଷ ଉପରେ ଅନେକ କଟକଣା ଲଗାଇଛି। ଅନ୍ୟପକ୍ଷେ ମାନବ ଅଧିକାର ସଂଗଠନ ରୁଷ୍ କ୍ଲଷ୍ଟର ଏବଂ ଭାକ୍ୟୁମ୍ ବୋମା ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି।

ମଙ୍ଗଳବାର ଦିନ ୟୁକ୍ରେନ ସହର କିଭରେ ରୁଷ ଆକ୍ରମଣକୁ ତୀବ୍ର କରିଛି। କିଭରେ ଥିବା ଟିଭି ଟାୱାରକୁ ରୁଷ
ଆକ୍ରମଣରେ ଭାଙ୍ଗିଯାଇଛି । ଯାହା ଫଳରେ ଟିଭି ପ୍ରସାରଣ ବନ୍ଦ ହୋଇଯାଇଛି।

Comments are closed.