କୋଚି କନଭେନସନ୍ ସେଣ୍ଟର ବିସ୍ଫୋରଣରେ ଆଇଡି ବ୍ୟବହାର ହୋଇଥିଲା, ତଦନ୍ତ ପାଇଁ ଏସ୍ଆଇଟି ଗଠନ

କୋଚି: କେରଳର କୋଚି ସ୍ଥିତ ଏକ କନଭେନସନ୍ ସେଣ୍ଟରରେ ରବିବାର ଘଟିଥିବା ଦୁଇଟି ବୋମା ବିସ୍ଫୋରଣରେ ଆଇଇଡି ବ୍ୟବହାର ହୋଇଥିଲା । ରାଜ୍ୟ ଡିଜିପି ଶେଖ ଦରବେଶ ଏହି ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଏକ ଏସ୍ଆଇଟି ଗଠନ କରାଯିବ ବୋଲି ସେ କହିଛନ୍ତି।

ଏହି ଘଟଣା ନେଇ ସୋସିଆଲ ମିଡିଆରେ ହେଟ୍ ସ୍ପିଚ୍ ପ୍ରସାର କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି ସେ ଚେତାବନୀ ଦେଇଛନ୍ତି ।

ଡିଜିପି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ସକାଳ ପ୍ରାୟ ୯:୪୦ ସମୟରେ ଜାମରା ଅନ୍ତର୍ଜାତୀୟ କନଭେନସନ୍ ସେଣ୍ଟରରେ ଏକ ବିସ୍ଫୋରଣ ଘଟିଥିଲା । ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୩୬ ଜଣ ଆହତ ହୋଇଛନ୍ତି ।

କେରଳ ଏଡିଜିପି (ଆଇନ ଶୃଙ୍ଖଳା) ଅଜିତ କୁମାର କହିଛନ୍ତି ଯେ ହଲରେ ଦୁଇଟି ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ସମୟରେ ହଲରେ ପ୍ରାୟ ଦୁଇ ହଜାର ଲୋକ ଥିଲେ। ଏଠାରେ ‘ୟେହୋବା ଓ୍ବିଟନେସେସ୍’ ନାମକ ତିନି ଦିନିଆ ପ୍ରାର୍ଥନା ସଭା ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିଲା। ରବିବାର କାର୍ଯ୍ୟକ୍ରମର ଶେଷ ଦିନ ଥିଲା । ‘ୟେହୋବା ଓ୍ବିଟନେସେସ୍’ ଏକ ଖ୍ରୀଷ୍ଟିଆନ ସମ୍ପ୍ରଦାୟ |

Comments are closed.