ଇଲକର ଆୟିସି ଏୟାର ଇଣ୍ଡିଆର ନୂଆ ସିଇଓ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ସିଇଓ ତଥା ଏମଡି ଭାବରେ ଇଲକର ଆୟିସିଙ୍କୁ ନିଯୁକ୍ତ କରିଛି ଟାଟା ସନ୍ସ। ଇଲକର ଆୟିସିଙ୍କ ପ୍ରାର୍ଥୀତ୍ୱ ଉପରେ ବିଚାର କରିବାକୁ ଏୟାର ଇଣ୍ଡିଆ ବୋର୍ଡର ଆଜି ଅପରାହ୍ନରେ ଏକ ବୈଠକ ହୋଇଥିଲା। ଏଥିରେ ଟାଟା ସନ୍ସ ଚେୟାରମ୍ୟାନ୍ ଚନ୍ଦ୍ରଶେଖରନ୍ ଏକ ବିଶେଷ ନିମନ୍ତ୍ରଣକାରୀ ଥିଲେ | ଉପଯୁକ୍ତ ବିଚାରବିମର୍ଶ ପରେ ବୋର୍ଡ ଏୟାର ଇଣ୍ଡିଆର ସିଇଓ ତଥା ଏମଡି ଭାବରେ ଇଲକର ଆୟିସିଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି ।

ଇଲକର ଆୟିସି ପୂର୍ବରୁ ତୁର୍କୀ ଏୟାରଲାଇନ୍ସର ଚେୟାରମ୍ୟାନ୍ ଥିଲେ। ଏନ ଚନ୍ଦ୍ରଶେଖରନ୍ କହିଛନ୍ତି, ଇଲ୍କର୍ ଆୟିସି ଜଣେ ବିମାନ ଶିଳ୍ପପତି ଯାହାଙ୍କ କାର୍ଯ୍ୟକାଳରେ ତୁର୍କୀ ଏୟାରଲାଇନ୍ସର ସଫଳତାର ଉଡ଼ାଣ ଭରିଥିଲା । ଇଲକର ଆୟିସିଙ୍କୁ ସ୍ଵାଗତ କରି ଆମେ ବେଶ୍ ଖୁସି, ଯେଉଁଠି ସେ ଏୟାର ଇଣ୍ଡିଆର ନୂଆ ଯୁଗର ନେତୃତ୍ବ ନେବେ ।

Comments are closed.