ଇମ୍ରାନ ଖାନଙ୍କୁ ମିଳିଲା ଜାମିନ

ଇସଲାମାବାଦ: ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ତୋଷଖାନା ମାମଲାରେ ଆଶ୍ବସ୍ତି ମିଳିଛି। ଇସଲାମାବାଦ ହାଇକୋର୍ଟ ଏହି ମାମଲା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।

ଅନ୍ୟପକ୍ଷରେ ଅଲ-କାଦିର ଟ୍ରଷ୍ଟ ମାମଲାରେ ମଧ୍ୟ ଇମ୍ରାନଙ୍କୁ ଆଶ୍ବସ୍ତି ଦେଇଛନ୍ତି କୋର୍ଟ। ଏହି ମାମଲାରେ ଇସଲାମାବାଦ ହାଇକୋର୍ଟ ଇମ୍ରାନ ଖାନଙ୍କୁ ଦୁଇ ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛନ୍ତି। ଏଥିସହ ତାଙ୍କୁ ଗିରଫ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି ସୁପ୍ରିମକୋର୍ଟ ତାଙ୍କ ଗିରଫଦାରୀକୁ ବେଆଇନ ବୋଲି କହିଥିଲେ ଏବଂ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ତାଙ୍କୁ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ମୁଖ୍ୟ ଇମ୍ରାନ ଖାନଙ୍କୁ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ପରିସରରୁ ନାଟକୀୟ ଢଙ୍ଗରେ ଗିରଫ କରିଥିଲା ପାକ୍ ରେଞ୍ଜର୍ସ ।

Comments are closed.