ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ଦ୍ବିତୀୟ ଟେଷ୍ଟ, ୧୪୫ ରନର ବିଜୟ ଲକ୍ଷ୍ୟ ଜବାବରେ ଭାରତ ୪୫/୪

ମୀରପୁର: ଭାରତ ଓ ବାଂଲାଦେଶ ମଧ୍ୟରେ ଏଠାରେ ଚାଲିଥିବା ଦ୍ବିତୀୟ ଟେଷ୍ଟ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି । ଭାରତକୁ ୧୪୫ ରନର ବିଜୟ ଲକ୍ଷ୍ୟ ମିଳିଛି । ଏହାର ଜବାବରେ ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୪୫ ରନରେ ୪ଟି ଓ୍ବିକେଟ୍ ହରାଇଛି । ଦୁଇ ଦିନର ଖେଳ ବାକି ଥିବା ବେଳେ ଭାରତକୁ ବିଜୟ ପାଇଁ ଆହୁରି ୧୦୦ ରନ୍ ଓ ବାଂଲାଦେଶକୁ ୬ ଓ୍ବିକେଟ୍ ଆବଶ୍ୟକ ।

ଷ୍ଟମ୍ପ ଅପସାରଣ ବେଳକୁ ଅକ୍ଷର ପଟେଲ ୨୬ ଜୟଦେବ ଉନାଦକଟ ୩ ରନ୍ କରି ଖେଳୁଛନ୍ତି |

ପୂର୍ବରୁ ବାଂଲାଦେଶ ଦ୍ବିତୀୟ ଇନିଂସରେ ୨୩୧ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଦ୍ୱିତୀୟ ଇନିଂସରେ ବାଂଲାଦେଶ ପାଇଁ ଲିଟନ୍ ଦାସ ସର୍ବାଧିକ ୭୩ ରନ୍ କରିଥିଲେ । ଭାରତ ପକ୍ଷରୁ ଅକ୍ଷର ପଟେଲ ୩ଟି ୱିକେଟ୍ ନେଇଥିଲେ।

Comments are closed.