ଫେବୃଆରୀ ୯ରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍

ନୂଆଦିଲ୍ଲୀ:ବିସିସିଆଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି କାର୍ଯ୍ୟସୂଚୀ ଘୋଷଣା କରିଛି । ଏହା ସହ ଜାନୁଆରୀ-ଫେବୃଆରୀରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ସୀମିତ ଓଭର ସିରିଜ୍ କାର୍ଯ୍ୟସୂଚୀ ମଧ୍ୟ ଘୋଷଣା କରାଯାଇଛି । ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ ବିଶ୍ୱ ଚାମ୍ପିଅନସିପର ଅଂଶ ହେବ।

ବିସିସିଆଇ ଏକ ବିବୃତ୍ତିରେ କହିଛି, “ ଚାରି ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫିର ଏହା ଶେଷ ସିଜନ୍ ହେବ | ଏହାପରେ ଭବିଷ୍ୟତରେ ଦୁଇ ଦଳ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜ୍ ଖେଳିବେ ।

ଜାମଥାସ୍ଥିତ ଭିସିଏ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ଫେବୃଆରୀ ୯ ରୁ ୧୩ ପର୍ଯ୍ୟନ୍ତ ଖେଳାଯିବ ଏବଂ ଦ୍ୱିତୀୟ ଟେଷ୍ଟ ଫେବୃଆରୀ ୧୭ ରୁ ୨୧ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ହେବ, ମାର୍ଚ୍ଚ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଧର୍ମଶାଳା ଠାରେ ତୃତୀୟ ଟେଷ୍ଟ ଖେଳାଯିବ । ଶେଷ ମ୍ୟାଚ୍ ମାର୍ଚ୍ଚ ୯ ରୁ ୧୩ ପର୍ଯ୍ୟନ୍ତ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ଟେଷ୍ଟ ସିରିଜ୍ ପରେ ଉଭୟ ଦଳ ମଧ୍ୟ ଏକ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବେ । ତିନୋଟି ଦିନିକିଆ ମ୍ୟାଚ୍ ଯଥାକ୍ରମେ ୧୭, ୧୯ ଏବଂ ୨୨ରେ ମୁମ୍ବାଇ, ଭାଇଜାଗ୍ ଏବଂ ଚେନ୍ନାଇରେ ଖେଳାଯିବ |

ଜାନୁଆରୀରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲ୍ୟାଣ୍ଡ ଦଳ ତିନୋଟି ଟି-୨୦ ଏବଂ ତିନୋଟି ଦିନିକିଆ ଖେଳିବାକୁ ଭାରତ ଆସିବେ। ଶ୍ରୀଲଙ୍କା ବିପକ୍ଷ ତିନୋଟି ଟି-୨୦ ମ୍ୟାଚ୍ ଜାନୁୟାରୀ ୩, ୫ ଏବଂ ୭ରେ ଯଥାକ୍ରମେ ମୁମ୍ବାଇ, ପୁଣେ ଏବଂ ରାଜକୋଟରେ ଅନୁଷ୍ଠିତ ହେବ। ଦିନିକିଆ ମ୍ୟାଚ୍ ୧୦, ୧୨ ଏବଂ ୧୫ ଜାନୁଆରୀରେ ଗୁଆହାଟି, କୋଲକାତା ଏବଂ ତିଭେନ୍ଦ୍ରମରେ ଖେଳାଯିବ |

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜାନୁଆରୀ ୧୮, ୨୧ ଏବଂ ୨୪ରେ ଯଥାକ୍ରମେ ହାଇଦ୍ରାବାଦ, ରାୟପୁର ଏବଂ ଇନ୍ଦୋରରେ ଅନୁଷ୍ଠିତ ହେବ | ଟି-୨୦ ମ୍ୟାଚ୍ ଯକ୍ରମେ ୨୭ ଜାନୁଆରୀ, ୨୯ ଜାନୁଆରୀ ଏବଂ ଫେବୃଆରୀ ୧ରେ ଯଥାକ୍ରମେ ରାଞ୍ଚି, ଲକ୍ଷ୍ନୌ ଏବଂ ଅହମ୍ମଦାବାଦରେ ଖେଳାଯିବ |

Comments are closed.