ଶେଖ ହସିନା-ମୋଦୀ ଦ୍ୱିପାକ୍ଷିକ ବୈଠକ, ଦୁଇ ଦେଶ ମଧ୍ୟରେ ୭ ଏମ୍ଓୟୁ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇଛି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ୭ଟି ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଗତ ବର୍ଷ ଆମେ ବାଂଲାଦେଶର ସ୍ୱାଧୀନତାର ୫୦ ବର୍ଷ ପାଳନ କରିଥିଲୁ। ଆମେ ମଧ୍ୟ ପ୍ରଥମ ବନ୍ଧୁତା ଦିବସ ପାଳନ କରିଥିଲୁ | ଆଗାମୀ ସମୟରେ ଭାରତ-ବାଂଲାଦେଶ ସମ୍ପର୍କ ନୂଆ ଶିଖରକୁ ଛୁଇଁବ। ଆଜି ବାଂଲାଦେଶ ବିକାଶରେ ଭାରତ ହେଉଛି ସର୍ବବୃହତ ଭାଗିଦାରୀ ଏବଂ ଏହି କ୍ଷେତ୍ରରେ ଆମର ବୃହତ୍ତମ ବାଣିଜ୍ୟ ଭାଗିଦାରୀ | ଦୁଇ ଦେଶର ଲୋକଙ୍କ ମଧ୍ୟରେ ସହଯୋଗ କ୍ରମାଗତ ଉନ୍ନତ ହେଉଛି | ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଦ୍ରୁତ ଗତିରେ ବ ବଢୁଛି। ଆମେ ଆଇଟି, ସ୍ପେସ୍ ଏବଂ ଆଣବିକ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ। ବିଦ୍ୟୁତ ପରିବହନୋ ଉପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ମଧ୍ୟ ଆଲୋଚନା ଚାଲିଛି।

ଅପରପକ୍ଷରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଆଜାଦୀର ଅମୃତ ମହୋତ୍ସବ ପାଇଁ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି ।

ଭାରତ-ବାଂଲାଦେଶ ମଧ୍ୟରେ ୭ ଏମଓୟୁ:

୧. ଉପର ସୁରମା କୁଶିୟାରା ପ୍ରକଳ୍ପ ଅଧୀନରେ ବାଂଲାଦେଶ ଦ୍ୱାରା କୁଶିଆରା ନଦୀରୁ ୧୫୩ କ୍ୟୁସେକ୍ ଜଳ ଉଠାଇବା ଉପରେ ଏମଓୟୁକୁ ଚୂଡ଼ାନ୍ତ ରୂପ ।

୨. ଭାରତୀୟ ବୈଜ୍ଞାନିକ ଏବଂ ଶିଳ୍ପ ଗବେଷଣା ପରିଷଦ (ସିଏସ୍ଆଇଆର୍) ଏବଂ ବାଂଲାଦେଶ ବୈଜ୍ଞାନିକ ଶିଳ୍ପ ଗବେଷଣା ପରିଷଦ (ବିସିଏସ୍ଆଇଆର୍) ମଧ୍ୟରେ ବୈଜ୍ଞାନିକ ସହଯୋଗ ପାଇଁ ଏମଓୟୁ ।

୩. ନ୍ୟାସନାଲ ଜୁଡିସିଆଲ୍ ଏକାଡେମୀ ଅଫ୍ ଇଣ୍ଡିଆ, ଭୋପାଳ ଏବଂ ବାଂଲାଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟରେ ଏମଓୟୁ |

୪. ଭାରତୀୟ ରେଳବାଇର ତାଲିମ ପ୍ରତିଷ୍ଠାନରେ ବାଂଲାଦେଶ ରେଳ କର୍ମଚାରୀଙ୍କୁ ତାଲିମ ଦେବା ପାଇଁ ରେଳ ମନ୍ତ୍ରଣାଳୟ, ଭାରତ ଏବଂ ବାଂଲାଦେଶ ରେଳ ମଧ୍ୟରେ ଏମଓୟୁ ।

୫. ବାଂଲାଦେଶ ରେଳବାଇ ପାଇଁ ଆଇଟି ସଲ୍ୟୁସନରେ ସହଯୋଗ ପାଇଁ ରେଳ ମନ୍ତ୍ରଣାଳୟ, ଭାରତ ଏବଂ ବାଂଲାଦେଶ ରେଳ ମଧ୍ୟରେ ଏମଓୟୁ ।

୬. ପ୍ରସାର ଭାରତୀ ଏବଂ ବାଂଲାଦେଶ ଟେଲିଭିଜନ ମଧ୍ୟରେ ଏମଓୟୁ |

୭. ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଭାରତ ଏବଂ ବାଂଲାଦେଶର ସ୍ପେସ୍ ଏଜେନ୍ସି ମଧ୍ୟରେ ଏମଓୟୁ |

Comments are closed.