ପୁଣି ଚମକିଲେ ସୂର୍ଯ୍ୟ, ଦ୍ୱିତୀୟ ଟି-୨୦ରେ ନ୍ୟୁଜିଲାଣ୍ଡକୁ ୬୫ ରନରେ ହରାଇଲା ଭାରତ

ମାଉଣ୍ଟ ମାଉଙ୍ଗାନୁଇ: ସୂର୍ଯ୍ୟକୁମାର ଯାଦବଙ୍କ ପୁଣି ଏକ ଏକ ସୁପର ଶୋ’ ବଳରେ ଭାରତର ୟଙ୍ଗ୍ ବ୍ରିଗେଡ୍ ଏଠାରେ ରବିବାର ଅନୁଷ୍ଠିତ ଦ୍ୱିତୀୟ ଟି -୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୬୫ ରନରେ ପରାସ୍ତ କରିଛି । ସୂର୍ଯ୍ୟକୁମାର ଯାଦବ ମାତ୍ର ୪୯ ଟି ବଲରେ ଏକ ଚିତ୍ତାକର୍ଷକ ଶତକ ହାସଲ କରିଥିବା ବେଳେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୯୧ ରନର ଚ୍ୟାଲେଞ୍ଜିଂ ସ୍କୋର୍ କରିଥିଲା । ଏହାର ଜବାବରେ କିୱି ଦଳ ୧୮.୫ ଓଭରରେ ମାତ୍ର ୧୨୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ ତରଫରୁ ଅଧିନାୟକ କେନ୍ ଓ୍ବିଲିୟମସନ ସର୍ବାଧିକ ୬୧ ରନ୍ କରିଥିବା ବେଳେ ଅନ୍ୟ କେହି ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ । ଭାରତ ତରଫରୁ ଦୀପକ ହୁଡା ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ୟୁଜବେନ୍ଦ୍ର ଚହଲ ଓ ମହମ୍ମଦ ସିରାଜ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଏହି ବୃହତ ବିଜୟ ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜରେ ୧-୦ ଅଗ୍ରଣୀ ହାସଲ କରିଛି । ସିରିଜର ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇଯାଇଥିଲା।

ଏହାପୂର୍ବରୁ ସୂର୍ଯ୍ୟକୁମାର ଯାଦବଙ୍କ ଦ୍ୱିତୀୟ ଟି -୨୦ ଶତକ (୫୧ ବଲ, ଅପରାଜିତ ୧୧୧ ରନ୍) ବଳରେ ନ୍ୟୁଜିଲ୍ୟାଣ୍ଡ ଆଗରେ ଭାରତ ଏକ ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିବାରେ ସଫଳ ହୋଇଥିଲା । ସୂର୍ଯ୍ୟକୁମାରଙ୍କ ଶତକୀୟ ଇନିଂସରେ ୧୧ଟି ଚୌକା ଓ ୭ଟି ଛକା ସାମିଲ ଥିଲା।

ସୂର୍ଯ୍ୟକୁମାରଙ୍କ ବ୍ୟତୀତ ଓପନର୍ ଇଶାନ୍ କିଶନ (୩୧ ବଲରେ ୩୬ ରନ୍) ଏବଂ ଚତୁର୍ଥ ନମ୍ବର ଶ୍ରେୟସ୍ ଆୟର (୯ ବଲରେ ୧୩ ରନ୍) ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାକୁ ଏକ ବଡ଼ ସ୍କୋରରେ ପରିଣତ କରିପାରି ନଥିଲେ। ଅନ୍ୟପକ୍ଷରେ ରିଷଭ ପନ୍ତଙ୍କ ସହ ଇନିଂସ ଓପନ କରିବା ପାଇଁ ଭାରତର ପରୀକ୍ଷା ନିରୀକ୍ଷା କାମ କରିନଥିଲା । ସେ ୧୩ଟି ବଲରେ ୬ ରନ୍ କରି ଆଉଟ୍ ହୋଇଥିଲେ।

Comments are closed.