ରାଜ୍ୟଗୋଷ୍ଠୀ କ୍ରୀଡା: ମହିଳା କ୍ରିକେଟରେ ପାକିସ୍ତାନକୁ ୮ ଓ୍ବିକେଟରେ ହରାଇଲା ଭାରତ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା ଟି-୨୦ କ୍ରିକେଟ୍ ମ୍ୟାଚରେ ଭାରତ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରିଛି।

ଭାରତର ବିଜୟରେ ସ୍ମୃତି ମନ୍ଧାନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ୪୨ ବଲରେ ୬୩ ରନ କରିଥିଲେ, ଯେଉଁଥିରେ ୮ଟି ଚୌକା ଓ ୩ଟି ଛକା ସାମିଲ ଥିଲା |

ବର୍ଷା ଯୋଗୁଁ ମ୍ୟାଚକୁ ୧୮ ଓଭରକୁ ହ୍ରାସ କରାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୮ ଓଭରରେ ୯୯ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା ।

ଏହାର ଜବାବରେ ଭାରତ ଦୁଇଟି ୱିକେଟ୍ ହରାଇ ମାତ୍ର ୧୧.୫ ଓଭରରେ ସହଜରେ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା ।

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା କ୍ରିକେଟ୍ ଇଭେଣ୍ଟରେ ଏହା ହେଉଛି ଭାରତର ପ୍ରଥମ ବିଜୟ | ଭାରତ ତା’ର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ତିନି ୱିକେଟରେ ହାରି ଯାଇଥିଲା ।

Comments are closed.