ମହିଳା ଏସିଆ କପ୍‌: ଥାଇଲାଣ୍ଡକୁ ହରାଇ ଅଷ୍ଟମ ଥର ଫାଇନାଲରେ ଭାରତ

ସିଲହେଟ୍: ମହିଳା ଏସିଆ କପ୍‌ର ଗୁରୁବାର ଖେଳାଯାଇଥିବା ସେମିଫାଇନାଲରେ ଭାରତ ଥାଇଲାଣ୍ଡକୁ ୭୪ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଭାରତୀୟ ମହିଳା ଦଳର ଏହା ଅଷ୍ଟମ ଏସିଆ କପ୍ ଫାଇନାଲ। ଏହା ପୂର୍ବରୁ ଭାରତ ୭ ଥର ଫାଇନାଲରେ ପ୍ରବେଶ କରି ୬ ଥର ଟାଇଟଲ ଜିତିଛି ।

ସେମିଫାଇନାଲରେ ଥାଇଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୮ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଥାଇଲ୍ୟାଣ୍ଡର ଦଳ ୯ ୱିକେଟ୍ ହରା ମାତ୍ର ୭୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ଦୀପ୍ତି ଶର୍ମା ୪ ଓଭରରେ ୭ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ରାଜେଶ୍ୱରୀ ଗାଏକ୍ବାଡ୍ ୪ ଓଭରରେ ୧୦ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ। ଭାରତୀୟ ବ୍ୟାଟର ଶେଫାଳି ବର୍ମା ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ପୂର୍ବରୁ ଟସ୍ ହାରି ବ୍ୟାଟିଂ କରିଥିବା ଭାରତକୁ ଓପନର୍ ଶେଫାଳି ବର୍ମା ଭଲ ଷ୍ଟାର୍ଟ ଦେଇଥିଲେ । ସେ ସ୍ମୃତି ମନ୍ଧାନାଙ୍କ ସହ ପ୍ରଥମ ୱିକେଟ୍ ପାଇଁ ୩୮ ରନ୍ ସଂଗ୍ରହ କରିଥିଲେ। ୪.୨ ଓଭରରେ ଭାରତର ସ୍କୋର୍ ୧୩ ରନ୍ ହୋଇଥିବା ବେଳେ ମନ୍ଧାନା ଆଉଟ୍ ହୋଇଥିଲେ। ପାୱାର ପ୍ଲେରେ ୧ ୱିକେଟ୍ ହରାଇ ଭାରତ ୪୭ ରନ୍ ସଂଗ୍ରହ କରିଥିଲା। ଶେଫାଳି ଏକ ଦ୍ରୁତ ଇନିଂସ ଖେଳିଥିଲେ। ସେ ୨୮ ବଲରେ ଗୋଟିଏ ଛକା ଏବଂ ୫ଟି ଚୌକା ସହ ୪୨ ରନ୍ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ ଅଧିନାୟିକା ହରମନପ୍ରୀତ କୌର ୩୦ ବଲରୁ ୩୬ ରନ୍ ସଂଗ୍ରହ କରିଥିଲେ।

Comments are closed.