ପ୍ରଥମ ଦିନିକିଆରେ ଜିମ୍ବାୱେକୁ ୧୦ ୱିକେଟରେ ହରାଇଲା ଭାରତ

ହରାରେ: ପ୍ରଥମ ଦିନିକିଆରେ ଭାରତ ଜିମ୍ବାୱେକୁ ୧୦ ୱିକେଟରେ ହରାଇ ଦେଇଛି। ଏହି ଏକତରଫା ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ଭାରତ ପ୍ରଥମେ ଜିମ୍ବାୱେକୁ ୪୦.୩ ଓଭରରେ ୧୮୯ ରନରେ ଆଉଟ୍ କରିଥିଲା। ଦଳ ପକ୍ଷରୁ ଦୀପକ ଚହର, ପ୍ରସିଦ୍ଧ କ୍ରିଷ୍ଣା ଏବଂ ଅକ୍ଷର ପଟେଲ ପ୍ରତ୍ୟେକ ତିନୋଟି ଲେଖାଏଁ ୱିକେଟ୍ ନେଇଥିଲେ। ଏହା ପରେ ଓପନର୍ ଶିଖର ଧାୱନ (୮୧) ଏବଂ ଶୁବମାନ ଗିଲ (୮୨) ଙ୍କ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଭାରତ କୌଣସି ୱିକେଟ୍ ନ ହରାଇ ୩୦.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ସିରିଜର ଦ୍ୱିତୀୟ ଦିନିକିଆ ଅଗଷ୍ଟ ୨୦ରେ ଖେଳାଯିବ |

Comments are closed.