ପ୍ରଥମ ଟି-୨୦: ମାଭିଙ୍କ ସ୍ମରଣୀୟ ଡେବ୍ୟୁ, ବିଜୟରୁ ନୂଆବର୍ଷ ଆରମ୍ଭ କଲା ଭାରତ

ମୁମ୍ବାଇ: ଭାରତ ନୂଆବର୍ଷ ଅଭିଯାନ ଏକ ରୋମାଞ୍ଚକ ବିଜୟରୁ ଆରମ୍ଭ କରିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଭାରତୀୟ ଦଳ ଏଠାରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ଟି୨୦ରେ ଶ୍ରୀଲଙ୍କାକୁ ୨ ରନରେ ହରାଇଛି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୬୨ ରନ୍ କରିଥିଲା । ଏହାର ଜବାବରେ ଶ୍ରୀଲଙ୍କା ୨୦ ଓଭରରେ ୧୬୦ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଭାରତ ତରଫରୁ ନିଜ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଯୁବ ବୋଲର ଶିବମ ମାଭି ଚମତକ୍‌ାର ପ୍ରର୍ଦନ ପୂର୍ବକ ୨୨ ରନ ଦେଇ ୪ଟି ୱିକେଟ୍ ନେଇଥିବା ବେଳେ ଉମ୍ରାନ ମଲିକ ଓ ହର୍ଷଲ ପଟେଲ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଶ୍ରୀଲଙ୍କା ପକ୍ଷରୁ କ୍ୟାପଟେନ୍ ସର୍ବାଧିକ ୪୫ ରନ୍ କରିଥିଫବା ବେଳେ କୁଶଲ ମେଣ୍ଡିସ୍ ୨୮ ଓ ଚାମିକା କରୁଣାରତ୍ନେ ୨୩ ରନ୍ କରି ଅପରାଜିତ ରହିଥିଲେ । ଏହି ବିଜୟ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି ।
ଟସ୍ ଜିତିବା ପରେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ କରିଥିଲା ଶ୍ରୀଲଙ୍କ। ଈଶାନ କିଷନ ଓ ଶୁବମନ ଗିଲ୍ ଇଂନିସ ଓପନ କରିବାକୁ ଆସିଥିଲେ। ତେବେ ମାତ୍ର ୨.୩ ଓଭରରେ ଭାରତକୁ ଲାଗିଥିଲା ପ୍ରଥମ ଝଟକା। ମାତ୍ର ୭ ରନ୍ (୫ ବଲ୍‌) କରି ଆଉଟ୍ ହୋଇଯାଇଥିଲେ ଶୁବମନ ଗିଲ୍‌। ମହୀଶ ତୀକ୍ଷଣାଙ୍କ ବଲ୍‌ରେ ସେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ।

ଏହା ପରେ କ୍ରିଜ୍‌କୁ ଆସିଥିଲେ ସୂର୍ଯ୍ୟକୁମାର ଯାଦବ। ହେଲେ ସେ ବି ଅଧିକ ସମୟ ରହିପାରିଲେ ନାହିଁ। ୧୦ଟି ବଲ୍‌ରୁ ୭ ରନ୍ କରିଥିବା ବେଳେ ଚାମିକା କରୁଣାରତ୍ନେଙ୍କ ବଲ୍‌ରେ ଭାନୁକା ରାଜପକ୍ଷଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେତେବେଳକୁ ଦଳର ସ୍କୋର ୫.୧ ଓଭରରେ ୩୮ ହୋଇଥିଲା।

ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସଞ୍ଜୁ ସାମସନ୍ ୬.୫ ଓଭରରେ ଧନଞ୍ଜୟ ଡି’ସିଲଭାଙ୍କ ବଲରେ ଦିଲଶାନ୍ ମଧୁଶଙ୍କାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ୬ଟି ବଲ୍ ଖେଳି ୫ ରନ୍ କରିଥିଲେ।

୪୬ ରନ୍‌ରେ ଦଳ ୩ଟି ୱିକେଟ୍ ହରାଇଥିବା ବେଳେ ସ୍ଥିତିକୁ ସମ୍ଭାଳିବାକୁ ଆସିଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ଈଶାନ କିଷନଙ୍କ ସହ ମିଶି ସେ ଇନିଂସକୁ ଆଗେଇ ନେଇଥିଲେ। ସେମାନଙ୍କ ମଧ୍ୟରେ ୩୧ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ତେବେ ଦଳୀୟ ସ୍କୋର ୭୭ରେ ପହଞ୍ଚିଥିବା ବେଳେ ଆଉଟ୍ ହୋଇଯାଇଥିଲେ ଈଶାନ। ୱାନିନ୍ଦୁ ହସରଙ୍ଗାଙ୍କ ବଲ୍‌ରେ ଧନଞ୍ଜୟ ଡି’ସିଲ୍‌ଭାଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

୪୬ ରନ୍‌ରେ ଦଳ ୩ଟି ୱିକେଟ୍ ହରାଇଥିବା ବେଳେ ସ୍ଥିତିକୁ ସମ୍ଭାଳିବାକୁ ଆସିଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ଈଶାନ କିଷନଙ୍କ ସହ ମିଶି ସେ ଇନିଂସକୁ ଆଗେଇ ନେଇଥିଲେ। ସେମାନଙ୍କ ମଧ୍ୟରେ ୩୧ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ତେବେ ଦଳୀୟ ସ୍କୋର ୭୭ରେ ପହଞ୍ଚିଥିବା ବେଳେ ଆଉଟ୍ ହୋଇଯାଇଥିଲେ ଈଶାନ। ୱାନିନ୍ଦୁ ହସରଙ୍ଗାଙ୍କ ବଲ୍‌ରେ ଧନଞ୍ଜୟ ଡି’ସିଲ୍‌ଭାଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଈଶାନ ଯିବା ପରେ ଦୀପକ ହୁଡାଙ୍କୁ ସାଥୀ କରି ଖେଳିଥିଲେ ହାର୍ଦ୍ଦିକ। ତେବେ ୨୯ ରନ୍ (୨୭) କରି ସେ ଦିଲଶାନ ମଧୁଶଙ୍କାଙ୍କ ବଲ୍‌ରେ କୁଶାଲ ମେଣ୍ତିସ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ୯୪ ରନ୍‌ରେ ଦଳ ୫ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇବା ପରେ ଦଳ ଆଉ ଅଧିକ ସମୟ ତିଷ୍ଠି ପାରିବନି ବୋଲି ଆଶଙ୍କା ସୃଷ୍ଟି ହୋଇଥିଲେ। ତେବେ ତାକୁ ଭୁଲ୍ ସାବ୍ୟସ୍ତ କରିଥିଲେ ଦୀପକ ହୁଡା ଓ ଅକ୍ଷର ପଟେଲ।

ଏହି ଦୁଇ ଖେଳାଳି ଦମ୍‌ଦାର ଇନିଂସ୍ ଖେଳିଥିଲେ ଓ ଦଳକୁ ଏକ ଭଲ ସ୍ଥିତିକୁ ନେଇଥିଲେ। ସେମାନଙ୍କ ମଧ୍ୟରେ ୬୮ ରନ୍‌ର ପାର୍ଟନରଶିପ୍ ହୋଇଥିଲା। ଫଳରେ ଦଳର ସ୍କୋର ୧୬୨ରେ ପହଞ୍ଚିଥିଲା।

ଦୀପକ ହୁଡା ଅପରାଜିତ ରହି ୨୩ଟି ବଲ୍‌ରୁ ୪୧ ରନ୍ (ଗୋଟିଏ ଚୌକା, ୪ଟି ଛକା) କରିଥିବା ବେଳେ ଅକ୍ଷର ମଧ୍ୟ ଅପରାଜିତ ରହି ୨୦ଟି ବଲ୍‌ରେ ୩୧ ରନ୍ (୩ଟି ଚୌକା ଓ ଗୋଟିଏ ଛକା) କରିଥିଲେ।

Comments are closed.