ବାର୍ଷିକ ଆଇସିସି ର଼୍ୟାଙ୍କିଙ୍ଗ୍: ଏକ ନମ୍ବର ଟି-୨୦ ଦଳ ଭାବେ ସିଜନ୍ ଶେଷ କଲା ଭାରତ

ଦୁବାଇ: ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଘରେ ଲଗାତାର ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ୨୦୨୧-୨୨ ସିଜିନ ବିଶ୍ୱର ଏକ ନମ୍ବର ଟି-୨୦ ଦଳ ଭାବରେ ଶେଷ କରିଛି । ତେବେ ବୁଧବାର ଜାରି ଆଇସିସି ବାର୍ଷିକ ଟେଷ୍ଟ ମାନ୍ୟତାରେ ଟିମ୍ ଇଣ୍ଡିଆ ଶୀର୍ଷ ମାନ୍ୟତା ପ୍ରାପ୍ତ ଅଷ୍ଟ୍ରେଲିଆଠାରୁ ୯ ପଏଣ୍ଟ ପଛରେ ରହିଯାଇଛି ।

ଆଇସିସି ବାର୍ଷିକ ମାନ୍ୟତରେ ନ୍ୟୁଜିଲାଣ୍ଡ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ବିଶ୍ୱର ଏକ ନମ୍ବର ଦଳ ଭାବେ ସିଜନ୍ ଶେଷ କରିଛି |

୨୦୨୧ରେ ଆରମ୍ଭ ହୋଇଥିବା ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହୋଇଥିବା ଟେଷ୍ଟ ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ଖେଳାଯିବା ପରେ ଏହି ର଼୍ୟାଙ୍କିଙ୍ଗରେ ଅନ୍ତର୍ଭୁକ୍ତ ହେବ।

ଆଇସିସି ପୁରୁଷ ଟେଷ୍ଟ୍ ଟିମ୍ ର଼୍ୟାଙ୍କିଙ୍ଗର ବାର୍ଷିକ ‘ଅପଡେଟ୍’ ପରେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଦଳ ଭାରତ ଠାରୁ ନିଜ ପଏଣ୍ଟ ସଂଖ୍ୟା ୧ରୁ ୯କୁ ବୃଦ୍ଧି କରିଥିବାବେଳେ ପାକିସ୍ତାନ ଦଳ ଇଂଲଣ୍ଡକୁ ହଟାଇ ପଞ୍ଚମ ସ୍ଥାନ ହାସଲ କରିଛି ବୋଲି ଆଇସିସି ପ୍ରକାଶ କରିଛି।

ଟେଷ୍ଟ ମାନ୍ୟତାରେ ନ୍ୟୁଜିଲ୍ୟାଣ୍ଡ ତୃତୀୟ ସ୍ଥାନରେ ଥିବାବେଳେ ଦକ୍ଷିଣ ଆଫ୍ରିକା ଚତୁର୍ଥ ସ୍ଥାନରେ ରହିଛି।

ଆଇସିସି ବିଜ୍ଞପ୍ତି ଅନୁଯାୟୀ, “ଭାରତ ମଧ୍ୟ ଗୋଟିଏ ପଏଣ୍ଟ ହାସଲ କରିଛି ଏବଂ ବର୍ତ୍ତମାନ ଟିମ୍ ଇଣ୍ଡିଆ ପାଖରେ ୧୧୯ ପଏଣ୍ଟ ଥିବାବେଳେ ଇଂଲଣ୍ଡ ନଅ ପଏଣ୍ଟରୁ ଅଧିକ ହରାଇଛି କାରଣ ୨୦୧୮ ରେ ଭାରତ ବିପକ୍ଷ ୪-୧ ସିରିଜ ବିଜୟକୁ ର଼୍ୟାଙ୍କିଙ୍ଗ ଗଣନାରୁ ହଟାଇ ଦିଆଯାଇଛି।” । ଇଂଲଣ୍ଡର ୮୮ ରେଟିଂ ପଏଣ୍ଟ ଅଛି ଯାହା ୧୯୯୫ ପରଠାରୁ ସର୍ବନିମ୍ନ ।

ଜାନୁଆରୀରେ ଆସେସ୍ ସିରିଜରେ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ୪-୦ରେ ପରାସ୍ତ କରିଥିଲା। ବର୍ତ୍ତମାନ ଅଷ୍ଟ୍ରେଲିଆୟ ପଏଣ୍ଟ ସଂଖ୍ୟା ୧୧୯ ରୁ ୧୨୮କୁ ବୃଦ୍ଧି ପାଇଛି | ୨୦୧୯ ମେ ପରେ ଶେଷ ହୋଇଥିବା ସମସ୍ତ ସିରିଜ୍ କୁ ସାମିଲ କରାଯାଇ ବାର୍ଷିକ ‘ଅପଡେଟ୍’ ପ୍ରସ୍ତୁତ ହୋଇଛି ।

ବର୍ତ୍ତମାନ ମେ ୨୦୨୧ ପୂର୍ବରୁ ହୋଇଥିବା ସିରିଜକୁ ବାର୍ଷିକ ଗଣନାରେ ୫୦ ପ୍ରତିଶତ ଏବଂ ଏହି ଅବଧି ପରେ ଅନୁଷ୍ଠିତ ସିରିଜ ଗୁଡିକୁ ୧୦୦ ପ୍ରତିଶତ ଗୁରୁତ୍ବ ଦିଆଯାଇଛି |

ଭାରତ ଟି-୨୦ ରେ ଏକ ନମ୍ବର ସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡ ଉପରେ ଅଗ୍ରଣୀକୁ ଗୋଟିଏ ବଦଳରେ ପାଞ୍ଚ ପଏଣ୍ଟକୁ ବୃଦ୍ଧି ପାଇଛି ଭାରତ। ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ଦେଇଛନ୍ତି | ସେହିଭଳି ବାଂଲାଦେଶ ଏବଂ ଶ୍ରୀଲଙ୍କା ଦଶ ନମ୍ବର ଦଳ ଆଫଗାନିସ୍ତାନକୁ ଟପିଛନ୍ତି।

ଦିନିକିଆ ର଼୍ୟାଙ୍କିଙ୍ଗର ଶୀର୍ଷରେ ନ୍ୟୁଜିଲ୍ୟାଣ୍ଡ ରହିଥିବା ବେଳେ ଦ୍ୱିତୀୟ ମାନ୍ୟତା ଦଳ ଇଂଲଣ୍ଡ ଉପରେ କିଓ୍ବି ଦଳର ଅଗ୍ରଣୀ ତିନି ବଦଳରେ ଗୋଟିଏ ପଏଣ୍ଟକୁ ହ୍ରାସ ପାଇଛି। ଇଂଲଣ୍ଡ ଏବଂ ତୃତୀୟ ନମ୍ବର ଅଷ୍ଟ୍ରେଲିଆ ମଧ୍ୟରେ ପଏଣ୍ଟଗୁଡିକର ପାର୍ଥକ୍ୟ ୭ରୁ ୧୭ କୁ ବୃଦ୍ଧି ପାଇଛି |

ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତ (୧୦୫ ପଏଣ୍ଟ) ଅଷ୍ଟ୍ରେଲିଆ (୧୦୭) ଠାରୁ ଦୁଇ ପଏଣ୍ଟ ପଛରେ ଚତୁର୍ଥ ସ୍ଥାନରେ ରହିଛି |

Comments are closed.