ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍: ୱେଷ୍ଟଇଣ୍ଡିଜ୍ ବିପକ୍ଷ କ୍ଲିନ୍ ସୁଇପ୍ ପରେ ଭାରତ ନମ୍ବର ଓ୍ବାନ୍

ଦୁବାଇ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିବା ପରେ ଟିମ୍ ଇଣ୍ଡିଆ ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗର ଶୀର୍ଷରେ ପହଞ୍ଚିଛି | ଇଂଲଣ୍ଡକୁ।ପଛରେ ପକେଇ।ରୋହିତ ବାହିନୀ ଏହି ଫର୍ମାଟରେ ନମ୍ବର ଓ୍ବାନ୍ ଦଳ ହୋଇଛି । ଭାରତ ୬ ବର୍ଷ ପରେ ପ୍ରଥମ ଥର ପାଇଁ ଟି-୨୦ ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିଛି। ଶେଷଥର ପାଇଁ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୨୦୧୬ରେ ଆଇସିସି ର଼୍ୟାଙ୍କିଙ୍ଗରେ ଏକ ନମ୍ବର ସ୍ଥାନରେ ରହିଥିଲା |

କୋଲକାତାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-୨୦ରେ ୱେଷ୍ଟଇଣ୍ଡିଜକୁ ୧୭ ରନରେ ପରାସ୍ତ କରି ଭାରତ ରବିବାର ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ପୋଛି ନେଇଥିଲା । ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ପାଖରେ ୨୬୯ ରେଟିଂ ପଏଣ୍ଟ ରହିଛି। ଇଲଣ୍ଡ ପାଖରେ ମଧ୍ୟ ୨୬୯ ରେଟିଂ ପଏଣ୍ଟ ଅଛି। କିନ୍ତୁ ଭାରତର ୧୦,୪୮୪ ଅଙ୍କ ଅଛି ଯାହା ଇଂଲଣ୍ଡ ଠାରୁ ୧୦୪୭ ଅଧିକ ଅଟେ (୧୦୪୭୪)।

ଆଇସିସି ବିବୃତ୍ତି ଅନୁଯାୟୀ ପାକିସ୍ତାନ (ରେଟିଂ ୨୬୬), ନ୍ୟୁଜିଲ୍ୟାଣ୍ଡ (୨୫୫) ଏବଂ ଦକ୍ଷିଣ ଆଫ୍ରିକା (୨୫୩) ଶ୍ରେଷ୍ଠ ପାଞ୍ଚଟିରେ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ୪-୧ ସିରିଜ୍ ବିଜୟ ପରେ ଅଷ୍ଟ୍ରେଲିଆ (୨୪୯) ଷଷ୍ଠ ସ୍ଥାନରେ ରହିଛି।

Comments are closed.