କରୋନା ଅପଡେଟ୍: ଦେଶରେ ଆଉ ୧୨,୭୨୯ ନୂଆ ମାମଲା, ୨୨୧ ମୃତ

ନୂଆଦିଲ୍ଲୀ: ଦେଶରେ ନୂଆ କରୋନା ମାମଲା ସଂଖ୍ୟା ହ୍ରାସ ପାଉଛି। ଶୁକ୍ରବାର ଦିନ ଆଉ ୧୨,୭୨୯ ନୂଆ ମାମଲା ପଞ୍ଜିକୃତ ହୋଇଛି ଏବଂ ଏହି ସମୟ ମଧ୍ୟରେ ୨୨୧ ରୋଗୀଙ୍କର ମୃତ୍ୟୁ ହୋଇଛି। ଦେଶରେ ସୁସ୍ଥ ହାର ବର୍ତ୍ତମାନ ୯୮.୨୩% ରହିଛି, ଯାହା ମାର୍ଚ୍ଚ ୨୦୨୦ ଠାରୁ ସର୍ବାଧିକ । ଗତ ୨୪ ଘଣ୍ଟାରେ ୧୨,୧୬୪ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ମୋଟ ସୁସ୍ଥଙ୍କ ସଂଖ୍ୟା ୩,୩୭,୨୪,୯୫୯ ରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ମୋଟ ମାମଲାର ମାତ୍ର ୧ ପ୍ରତିଶତ ରହିଆସିଛି, ଯାହା ମାର୍ଚ୍ଚ ୨୦୨୦ ପରଠାରୁ ସର୍ବନିମ୍ନ ଅଟେ।

ଦେଶରେ ବର୍ତ୍ତମାନ ୧,୪୮,୯୨୨ କରୋନା ମାମଲା ରହିଛି। ଦେଶରେ ଦୈନିକ ପଜିଟିଭିଟି ହାର ହେଉଛି ୧.୯୦% | ଭଲ କଥା ହେଉଛି ଗତ ୩୨ ଦିନ ଧରି ଏହା ଦୁଇ ପ୍ରତିଶତ ତଳେ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧୦୭.୭୦ କୋଟି କରୋନା ଡୋଜ୍ ଲଗାଯାଇଛି ଏବଂ ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।

Comments are closed.