କରୋନା ଅପଡେଟ୍: ଦେଶରେ ୧୯,୬୭୩ ନୂଆ ମାମଲା, ୩୯ ମୃତ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡର ୧୯,୬୭୩ ନୂଆ ମାମଲା ଆସିଛି। ଏହା ପରେ, ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୦,୧୯,୮୧୧ କୁ ବୃଦ୍ଧି ପାଇଛି। ଦିନକରେ ଆଉ ୩୯ ଜଣଙ୍କ ମୃତ୍ୟୁ ସହ କୋଭିଡ୍ ମୃତ୍ୟୁ ୫,୨୬,୩୫୭ରେ ପହଞ୍ଚିଛି ।

ଭାରତରେ ଶନିବାର ୨୦,୪୦୮ ମାମଲା ରୁଜୁ ହୋଇଥିଲା ଏବଂ ୪୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଶୁକ୍ରବାର ମଧ୍ୟ ୨୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଓ ୩୨ ରୋଗୀଙ୍କ ମୃତ୍ୟୁ ହୋଇଥିଲା।

Comments are closed.