ଆଜି ରାଞ୍ଚିରେ ଦ୍ୱିତୀୟ ଟି-୨୦, ସିରିଜ୍ ହାତେଇବା ଲକ୍ଷ୍ୟରେ ଭାରତ

ରାଞ୍ଚି: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ୍ ଶୁକ୍ରବାର ଏଠାରେ ଖେଳାଯିବ । ପ୍ରଥମ ଟି୨୦ରେ ରୋମା କର ବିଜୟ ସହ ଭାରତ ତିନି ମ୍ୟାଚ୍ ସିରିଜରେ ୧-୦ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟ ଟି୨୦ରେ ମଧ୍ୟ ଜୟଯାତ୍ରା ଜାରି ରଖି ସିରିଜ୍ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ତେବେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଠାରୁ ଦଳ ଉନ୍ନତ ପ୍ରଦର୍ଶନ ଆଶା କରିବ ।

କୋଚ ରାହୁଲ ଦ୍ରାବିଡ୍ ଓ ଅଧିନାୟକ ରୋହିତ ଶର୍ମା ବିଜୟ ସହ ନିଜ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି । ଜୟପୁରରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ଭାରତ ସବୁ ବିଭାଗରେ ସନ୍ତୋଷଜନକ ପ୍ରଦର୍ଶନ ସହ ନ୍ୟୁଜିଲାଣ୍ଡ ବିରୋଧରେ ସବୁ ଫର୍ମାଟରେ ୭ ମ୍ୟାଚ୍ ପରାଜୟ ଧାରା ଭାଙ୍ଗିଥିଲା । ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ସଫଳ ପ୍ରଦର୍ଶନ ସହ ଭାରତର ବୋଲର ମଧ୍ୟ ଡେଥ ଓଭର ଗୁଡିକରେ ରନ୍ ରୋକିବାରେ ସଫଳ ହୋଇଥିଲେ । ଟେଷ୍ଟ ସିରିଜରୁ ବିଶ୍ରାମ ନେବା ପୂର୍ବରୁ ରୋହିତ ରାଞ୍ଚିରେ ସିରିଜ୍ କବ୍‌ଜା ଲକ୍ଷ୍ୟରେ ରହିବେ ।

ବିରାଟ କୋହଲିଙ୍କ ଅନୁପସ୍ଥିତିରେ ପ୍ରଥମ ଟି୨୦ରେ ସୂର୍ଯ୍ୟକୁମାର ଯାଦବ ତୃତୀୟ ନମ୍ବରରେ ଦାୟିତ୍ୱସମ୍ପନ୍ନ ପ୍ରଦର୍ଶନ କରିଥିଲେ । ସେ ୪୨ ବଲରେ ମ୍ୟାଚ୍ ବିଜୟୀ ୬୨ ରନ୍ କରିଥିଲେ । ଯାଦବଙ୍କ ଏହି ଇନିଂସ୍ ବଳରେ ଭାରତ ଏକଦା ସହଜରେ ବିଜୟ ଆଡକୁ ଅଗ୍ରସର ହେଉଥିଲା । ହେଲେ ତାଙ୍କ ୱିକେଟ୍ ହରାଇବା ପରେ ଭାରତର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶେଷ ଆଡକୁ ସାମାନ୍ୟ ସଂଘର୍ଷ କରିଥିଲା । ବିଶେଷକରି ଶ୍ରେୟାସ ଆୟର ଓ ରିଷଭ ଲୟହୀନ ମନେ ହୋଇଥିଲେ, ଯଦିଓ ଭାରତ ଶେଷରେ ମ୍ୟାଚକୁ ଦୁଇଟି ବଲ୍ ପୂର୍ବରୁ ଜିତିବାରେ ସଫଳ ହୋଇଥିଲା । ଦୀର୍ଘ ଦିନର ବ୍ୟବଧାନ ପରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଶ୍ରେୟାସ ସଂଘର୍ଷ କରିଥିଲେ । ସେ ୮ଟି ବଲରୁ ମାତ୍ର ୫ ରନ୍ ରକି ଆଉଟ୍ ୧୯ତମ ଓଭରରେ ଟିମ୍ ସାଉଦିଙ୍କ ବଲରେ ଆଉଟ୍ ହୋଇଯାଇଥିଲେ । ତେବେ ବଲ୍ ଓ ରନ୍ ମଧ୍ୟରେ ବ୍ୟବଧାନ ସେଭଳି ବଡ଼ ନଥିବାରୁ ଭାରତ ମ୍ୟାଚ୍ ଜିତିବାକୁ ସଫଳ ହୋଇଥିଲା । ଭାରତ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ଦଳ ପାଇଁ ଏକ ସକାରାତ୍ମକ ସଙ୍କେତ ଥିଲା । ଟି୨୦ ବିଶ୍ୱକପରେ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହେବା ପରେ ସେ ଏକ ଚମତ୍କାର ଅର୍ଦ୍ଧଶତକ ସହ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ଉପରୁ ଚାପ ଲାଘବ କରିଥିଲେ ।

ସେହିପରି ଭେଟେରାନ ପେସର ଭୁବନେଶ୍ୱର କୁମାର ଓ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ପ୍ରଦର୍ଶନ ମଧ୍ୟ ଦଳକୁ ଆଶ୍ୱସ୍ତ କରିଥିଲା । ଟି୨୦ ବିଶ୍ୱକପରେ ପାକିସ୍ତାନ ଠାରୁ ପରାଜୟ ପରେ ଉଦାସୀନ ଫର୍ମ ପାଇଁ ଭୁବନେଶ୍ୱରଙ୍କୁ ପରବ ର୍ୀ ମ୍ୟାଚ୍ ଗୁଡ଼ିକରୁ ବାଦ୍ ଦିଆଯାଇଥିଲା । ତଥାପି ନୂଆ ଟିମ୍ ମ୍ୟାନେଜମେ ତାଙ୍କ ଉପରେ ଭରସା ରଖି ତାଙ୍କୁ ଆଉ ଏକ ସୁଯୋଗ ଦେଇଛନ୍ତି । ପ୍ରଥମ ଟି୨୦ରେ ଭୁବନେଶ୍ୱର ନିରାଶ କରିନଥିଲେ । ଏହି ୩୧ ବର୍ଷୀୟ ଦ୍ରୁତ ବୋଲର ପାୱାରପ୍ଲେ’ରେ ନ୍ୟୁଜିଲାଣ୍ଡର ରନ୍ ଗତି ଉପରେ ଅଙ୍କୁଶ ଲଗାଇବା ସହ ୨୪ ରନ୍ ବିନିମୟରେ ୨ଟି ୱିକେଟ୍ ନେଇଥିଲେ । ଅଶ୍ୱିନ ମଧ୍ୟ ଶେଷ ଆଡ଼କୁ ରନ୍ ରୋକିବାରେ ସଫଳ ହୋଇଥିଲେ ଏବଂ ୨୩ ରନ୍ ଦେଇ ୨ଟି ୱିକେଟ୍ ହାସଲ କରିଥିଲେ । ନ୍ୟୁଜିଲାଣ୍ଡ ଏକଦା ୨୦୦ ରନ୍ ପାଖାପାଖି ସ୍କୋର କରିବ ବୋଲି ମନେ ହେଉଥିଲା । ହେଲେ ଭାରତୀୟ ବୋଲର ଡେଥ୍ ଓଭର ଗୁଡ଼ିକରେ ଶୃଙ୍ଖଳିତ ପ୍ରଦର୍ଶନ ସହ ମାତ୍ର ୪୧ ରନ୍ ଦେଇ ୩ଟି ୱିକେଟ୍ ଖସାଇଥିଲେ ।

କ୍ୟାପଟେନ୍ ରୋହିତଙ୍କ ପାଇଁ ଚିନ୍ତାର କାରଣ ହେଉଛି ମଧ୍ୟକ୍ରମ ବ୍ୟାଟିଂ । ଏନେଇ ସେ କିଛି ପରିବ ର୍ନ କରିବେ ନା ସମାନ ବ୍ୟାଟିଂ ଲାଇନ୍ ଅପ୍ ସହ ପଡ଼ିଆକୁ ଓହ୍ଲାଇବେ ଦେଖିବାକୁ ରହିଲା । ତେବେ ସମସ୍ତଙ୍କୁ ଯଥେଷ୍ଟ ସୁଯୋଗ ଦିଆଯିବ ବୋଲି ସେ ପୂର୍ବରୁ ସ୍ପଷ୍ଟ କରିଥିବା ବେଳେ ଭାରତୀୟ ଦଳରେ ସେଭଳି କୌଣସି ପରିବ ର୍ନ ହେବା ସମ୍ଭାବନା କମ୍ । ବୋଲିଂ ବିଭାଗରେ ବାଧ୍ୟବାଧକତା ଯୋଗୁଁ ଭାରତ ଗୋଟିଏ ପରିବ ର୍ନ କରିପାରେ । ପ୍ରଥମ ଟି୨୦ ବେଳେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ହାତରେ ଆଘାତ ଲାଗିଥିଲା । ସେ ଦ୍ୱିତୀୟ ମ୍ୟାଚରୁ ବଞ୍ଚିତ ହୋଇପାରନ୍ତି । ରାଞ୍ଚିରେ ଜେଏସସିଏ ଷ୍ଟାଡିୟମରେ କାକର ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି । ଏ ଦୃଷ୍ଟିରୁ ଟସ୍ ଗୁରୁତ୍ୱପୂର୍ଣ୍ଣ ହେବ । ନ୍ୟୁଜିଲାଣ୍ଡ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଥିବାରୁ ଅଧିନାୟକ ଟିମ୍ ସାଉଦି ନିଜ ବୋଲିଂ ଆକ୍ରମଣରେ କିଛି ପରିବ ର୍ନ କରିପାରନ୍ତି । ଜୟପୁରରେ ମାର୍କ ଚାପମ୍ୟାନଙ୍କ ଧମାକାଦାର ୬୩ ରନର ଇନିଂସ୍ ନ୍ୟୁଜିଲାଣ୍ଡ ପାଇଁ ଶୁଭ ସଙ୍କେତ । ଦୀର୍ଘ ଦିନ ପରେ ଦଳକୁ ଫେରିଥିବା ଚାପମ୍ୟାନ୍ ଏକ ନିର୍ଭୀକ ପାଳି ଖେଳିଥିଲେ । ତାଙ୍କ ଠାରୁ ପୁଣି ଏକ ଅନୁରୂପ ପ୍ରଦର୍ଶନର ଆଶା ରଖିବ କିୱି ଦଳ ।

Comments are closed.