କରୋନା ଅପଡେଟ୍: ବଢୁଛି ମୃତ୍ୟୁ ସଂଖ୍ୟା, ଦିନକରେ ୮୦୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଠ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୧୪ ହଜାରରୁ ଅଧିକ ମାମଲା ପଞ୍ଜିକୃତ ହୋଇଛି। ଦିନକ ପୂର୍ବରୁ ଏହି ମହାମାରୀରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୪,୩୪୮ ନୂଆ ମାମଲା ରୁଜୁ ହୋଇଛି ଏବଂ ଏହି ସମୟ ମଧ୍ୟରେ ୮୦୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ଦିନକରେ ୧୩,୧୯୮ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି | ନୂଆ ସଂକ୍ରମିତଙ୍କ ପରେ ଦେଶରେ ମୋଟ କରୋନା ସଂକ୍ରମଣ ମାମଲା ୩,୪୨,୪୬,୧୫୭ରେ ପହଞ୍ଚିଛି ।‌‌ ସେଥିମଧ୍ୟରୁ ୩,୩୬,୨୭,୬୩୨ ସୁସ୍ଥ ହୋଇଥିବା ବେଳେ ଏହି ଘାତକ ଭୂତାଣୁ ଯୋଗୁଁ ଏଯାବତ୍ ସମୁଦାୟ ୪,୫୭,୧୯୧ ଜଣଙ୍କର ମୃତ୍ୟୁ ହୋଇଛି। ସମ୍ପ୍ରତି ଦେଶରେ ୧,୬୧,୩୩୪ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.