ହିଜାବ ବିବାଦରେ ମୁଣ୍ଡ ପୂରାଇଲା ଆମେରିକା, ଭାରତ ଦେଲା ଏମିତି ଜବାବ

ନୂଆଦିଲ୍ଲୀ: କର୍ଣ୍ଣାଟକର କଲେଜଗୁଡ଼ିକରେ ହିଜାବକୁ ନେଇ ସୃଷ୍ଟ ବିବାଦ ଉପରେ କେତେକ ଦେଶରୁ ପ୍ରତିକ୍ରିୟା ଆସିଛି। ଆଭ୍ୟନ୍ତରୀଣ ବ୍ୟାପାରରେ ଏଭଳି ପ୍ରତିକ୍ରିୟାକୁ ଭାରତ ସରକାର ଦୃଢ଼ ବିରୋଧ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ ଭାବରେ କହିଛି ଯେ ଦେଶର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ‘ଅନ୍ୟ କୌଣସି ଉଦ୍ଦେଶ୍ୟ ଦ୍ୱାରା ଅନୁପ୍ରାଣିତ ମନ୍ତବ୍ୟ’ ଗ୍ରହଣୀୟ ନୁହେଁ। ଏହା ସହିତ ହିଜାବ ବିବାଦକୁ ନେଇ କିଛି ଦେଶର ସମାଲୋଚନାକୁ ଭାରତ ଖୋଲାଖୋଲି ପ୍ରତ୍ୟାଖ୍ୟାନ କରିଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଯେଉଁମାନେ ଭାରତକୁ ଜାଣନ୍ତି ସେମାନେ ବାସ୍ତବତା ବିଷୟରେ ଯଥେଷ୍ଟ ବୁଝିବେ। ସେ କହିଛନ୍ତି ଯେ କର୍ଣ୍ଣାଟକର କେତେକ ଶିକ୍ଷାନୁଷ୍ଠାନରେ ୟୁନିଫର୍ମ ନିୟମ ସହ ଜଡିତ ମାମଲା କର୍ଣ୍ଣାଟକ ହାଇକୋର୍ଟରେ ବିଚାରାଧୀନ ରହିଛି ।

ବାଗଚି କହିଛନ୍ତି ଯେ ଆମର ସାମ୍ବିଧାନିକ ଢାଞ୍ଚା ଏବଂ ଶାସନ ବ୍ୟବସ୍ଥା, ଗଣତାନ୍ତ୍ରିକ ନୈତିକତା ଏବଂ ସରକାର ପ୍ରସଙ୍ଗରେ ଆଲୋଚନା କରାଯାଇ ସମାଧାନ ହେବ। ଯେଉଁମାନେ ଭାରତକୁ ଭଲଭାବେ ଜାଣିଛନ୍ତି, ସେମାନେ ଏହି ବାସ୍ତବତା ବିଷୟରେ ଭଲ ଭାବେ ବୁଝିପାରିବେ | ଆମର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଅନ୍ୟ କୌଣସି ଉଦ୍ଦେଶ୍ୟ ଦ୍ୱାରା ପ୍ରେରିତ ମନ୍ତବ୍ୟ ଗ୍ରହଣୀୟ ନୁହେଁ |

କର୍ଣ୍ଣାଟକର କେତେକ ଶିକ୍ଷାନୁଷ୍ଠାନରେ ପୋଷାକ ଉପରେ ଉପରେ କିଛି ଦେଶର ମନ୍ତବ୍ୟ ବିଷୟରେ ଏକ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ବାଗଚି ଏହି ପ୍ରତିକ୍ରିୟା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ପାଇଁ ଆମେରିକାର ରାଷ୍ଟ୍ରଦୂତ ରସିଦ ହୁସେନ୍ କହିଥିଲେ ଯେ ସ୍କୁଲ, କଲେଜରେ ହିଜାବ ଉପରେ କଟକଣା ଧାର୍ମିକ ସ୍ୱାଧୀନତାର ଉଲ୍ଲଂଘନ ଅଟେ। ପାକିସ୍ତାନ ବୁଧବାର ଇସଲାମାବାଦରେ ଭାରତୀୟ ଉଚ୍ଚ ଆୟୋଗର ଦାୟିତ୍ୱରେ ଥିବା କୂଟନୀତିଜ୍ଞଙ୍କୁ ସମନ କରି କର୍ଣ୍ଣାଟକରେ ମୁସଲମାନ ଛାତ୍ରଛାତ୍ରୀଙ୍କୁ ହିଜାବ ପିନ୍ଧିବାକୁ ବାରଣ କରାଯାଇଥିବା ନେଇ ଉଦବେଗ ପ୍ରକାଶ କରିଥିଲା ।

Comments are closed.