କରୋନାର ଲମ୍ବା ଡିଆଁ: ଦୈନିକ ସଂକ୍ରମଣ ୧୦ ହଜାର ଟପିଲା

ନୂଆଦିଲ୍ଲୀ: କରୋନା ପୁଣି ଡରାଉଛି । ଦିନକୁ ଦିନ ସଂକ୍ରମଣ ବଢୁଛି । ଦଶ ହଜାର ଟପିଛି ଦୈନିକ ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦,୧୫୮ ନୂଆ କରୋନା ମାମଲା ଆସିଛି। ଫଳରେ ମୋଟ ସକ୍ରିୟ ମାମଲା ୪୪,୯୯୮କୁ ବୃଦ୍ଧି ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୫,୩୫୬ ଜଣ ରୋଗୀ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ଏଯାବତ୍ ମୋଟ ସୁସ୍ଥ ସଂଖ୍ୟା ୪,୪୨,୧୦,୧୨୭କୁ ବୃଦ୍ଧି ପାଇଛି । କୋଭିଡରୁ ଜାତୀୟ ଆରୋଗ୍ୟ ହାର ୯୮.୭୧ ପ୍ରତିଶତ ରହିଥିବା ବେଳେ ଦୈନିକ ପଜିଟିଭିଟି ହାର ୪.୪୨ ପ୍ରତିଶତ ରେକର୍ଡ କରାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ଭାରତରେ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୨୦.୬୬ କୋଟି ଟିକା ଦିଆଯାଇଛି।

Comments are closed.