କରୋନା ଅପଡେଟ୍: ଦେଶରେ ଆଉ ୧୦୫୪ ନୂଆ ମାମଲା, ୨୯ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୫୪ କରୋନା ମାମଲା ରିପୋର୍ଟ ହୋଇଛି। ଦିନକରେ ୧୨୫୮ ରୋଗୀ ମଧ୍ୟ ସୁସ୍ଥ ହୋଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ କରୋନା ଯୋଗୁଁ ଆଉ ୨୯ ଲୋକଙ୍କ ମୃତ୍ୟୁ ହୋଇଛି।
ଦେଶରେ ବର୍ତ୍ତମାନ ମୋଟ ୧୧,୧୩୨ ସକ୍ରିୟ ରୋଗୀ ଅଛନ୍ତି, ଯାହା ଏପର୍ଯ୍ୟନ୍ତ ରିପୋର୍ଟ ହୋଇଥିବା ମୋଟ ମାମଲାର ୦.୦୩ ପ୍ରତିଶତ । ଦେଶରେ କରୋନାରେ ମୃତ୍ୟୁବରଣ କରିଥିବା ମୋଟ ଲୋକଙ୍କ ସଂଖ୍ୟା ୫ ଲକ୍ଷ ୨୧ ହଜାର ୬୮୫କୁ ବୃଦ୍ଧି ପାଇଛି।
ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୨୫ ଲକ୍ଷ ୨୫ ହଜାର ୫୪ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ମୋଟ ୧୮୫
୭ କୋଟିରୁ ଅଧିକ ଡୋଜ୍ କରୋନା ଟିକା ଦିଆଯାଇଛି।

Comments are closed.