ଗତ ୨୪ ଘଣ୍ଟାରେ ଦେଶରେ ୧୦,୫୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧୦,୫୪୨ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଗତକାଲି ତୁଳନାରେ ଏହି ସଂଖ୍ୟା ଅଧିକ ‌‌। ଗତକାଲି ୭,୬୩୩ ମାମଲା ଆସିଥିଲା । କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ଅନେକ ରାଜ୍ୟରେ ପୁଣି ମାସ୍କ ଫେରିଛି ।

କରୋନାର ଦୈନିକ ପଜିଟିଭିଟି ରେଟ୍ ୪.୩୯ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭିଟି ରେଟ୍ ୫.୧୪ ରେକର୍ଡ କରାଯାଇଛି । ବର୍ତ୍ତମାନ ଦେଶରେ ସକ୍ରିୟ କୋଭିଡ୍ ମାମଲା ହେଉଛି ୬୩,୫୬୨ । କୋଭିଡରୁ ଜାତୀୟ ଆରୋଗ୍ୟ ହାର ୯୮.୬୭% ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮,୧୭୫ ଲୋକ ସୁସ୍ଥ ହୋଇଛନ୍ତି । ଏଥିସହ ମୋଟ ସୁସ୍ଥ ସଂଖ୍ୟା ୪,୪୨,୫୦,୬୪୯ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୮୭ ଡୋଜ୍ ଟିକା ଦିଆଯାଇଛି ।

Comments are closed.